ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି

Published By : Prameya-News7 Bureau | July 12, 2018 IST

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ଚତୁର୍ଧାମୂର୍ତ୍ତିଙ୍କ ଶ୍ରୀମୁଖ ସିଂହାର କରିବେ ଦତ ମହାପାତ୍ର ସେବାୟତ । ଶ୍ରୀମନ୍ଦିରରେ ଅନେକ ନୀତି କାନ୍ତି ମଧ୍ୟରୁ ବନକଲାଗି ଗୋଟିଏ ନୀତି । ବନକ ଲାଗିର ଅର୍ଥ ହେଉଛି ଶ୍ରୀ ବିଗ୍ରହମାନଙ୍କୁ ବର୍ଣ୍ଣ କରିବା ବା ରଙ୍ଗ କରିବା । ଏହାକୁ ଶ୍ରୀମନ୍ଦିରର ପାରମ୍ପରିକ ଭାଷାରେ ବନକଲାଗି କୁହାଯାଏ । ଛତିଶାନିଯୋଗ ସେବାକାରୀଙ୍କ ମଧ୍ୟରୁ ଦତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି । ବନକ ଲାଗି ସମୟରେ ଅନ୍ୟ କୌଣସି ନୀତି ପାଳନ ହୋଇନଥାଏ । ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ ବନ୍ଦ ରହିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.