Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଆଜି ହେଉଛି ପବିତ୍ର ସୋମ ପ୍ରଦୋଷ ବ୍ରତ : ଜାଣନ୍ତୁ ଶିବଙ୍କୁ ସନ୍ତୁଷ୍ଟ କରିବାର ସହଜ ଉପାୟ ଓ ସଠିକ୍ ପୂଜାବିଧି

20/04/2020 at 10:23 AM

ସୋମ ପ୍ରଦୋଷ ବ୍ରତ ଦିନ ଭଗବାନ ଶିବଙ୍କ ପ୍ରିୟ ଦିନ ମଧ୍ୟରୁ ଗୋଟିଏ। ଗୋଟିଏ ବର୍ଷ ମଧ୍ୟରେ ପାଖାପାଖି ୧୪ଟି ପ୍ରଦୋଷ ବ୍ରତ ଆସିଥାଏ। ସପ୍ତାହ ୭ଦିନ ମଧ୍ୟରେ ଯେଉଁ ଦିନ ପ୍ରଦୋଷ ବ୍ରତ ଆସିଥାଏ ଏହାର ବିଶେଷ ମହତ୍ତ୍ବ ରହିଥାଏ। ସବୁର ପୁଣ୍ୟ ଫଳ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ହିନ୍ଦୁ ପୌରାଣିକ ଗ୍ରନ୍ଥରେ ଏହି ବ୍ରତର ଖାସ୍ ମହତ୍ତ୍ବ କୁହାଯାଇଛି। ଏହି ବ୍ରତର ପ୍ରଭାବରେ ପାପର ବିନାଶ ଏବଂ ମନର ଶୁଦ୍ଧି ଏବଂ ଶିବ କୃପା ପ୍ରାପ୍ତ ହୋଇଥାଏ। କାଳ ସର୍ପ ଦୋଷ ଦୂର କରିବା ପାଇଁ କରାଯାଇଥିବା ଉପାୟ ଶୀଘ୍ର ଫଳ ଦେଇଥାଏ।

ଆଜି ଅପ୍ରେଲ୍ ୨୦ତାରିଖ ସୋମବାର ଭଗବାନ ଶିବଙ୍କ ଦିନ। ଏହି ଦିନ ସୋମ ପ୍ରଦୋଷ ଶୁଭ ସଙ୍କେତଣ ଈଶାରା କରୁଛି। ବିଶ୍ବାସ ରହିଛି ଯେ ଏହି ଦିନ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି।

ଚନ୍ଦ୍ରମାଙ୍କ କଷ୍ଟ ନିବାରଣ ସବୁଠୁ ଭଲ ଉପାୟ । ସୂର୍ଯ୍ୟାସ୍ତ ପରେ ଶିବ-ପାର୍ବତୀଙ୍କ ପୂଜା ଏବଂ ଅର୍ଦ୍ଧ-ନାରୀଶ୍ବରଙ୍କ ପୂଜା କରନ୍ତୁ।

ସକାଳେ ଏବଂ ସନ୍ଧ୍ୟାରେ ଶିବ ଚାଳିଶା,ରୁଦ୍ରାଭିଷେକ ଏବଂ ଶିବ ମହିମା ପାଠ କରନ୍ତୁ।

ପ୍ରଦୋଷ ଏବଂ ପ୍ରତି ସୋମବାର ବ୍ରତ ରଖନ୍ତୁ।

 ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅରଖ ଫୁଲ,ବେଲ ପତ୍ର,କଞ୍ଚା କ୍ଷୀର,ଦୁଦୁରା ଏବଂ ଧଳା ଫୁଲ ଆଦି ଅର୍ପଣ କରନ୍ତୁ। ସକାଳେ ଶିବଲିଙ୍ଗରେ କ୍ଷୀର ଚଢ଼ାଇଲେ ଜୀବନର ସମସ୍ତ କଷ୍ଟ ଦୂର ହୋଇଯାଇଥାଏ।

କାଳସର୍ପ ଦୋଷରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଶିବଲିଙ୍ଗରେ ଚାନ୍ଦିର ନାଗ ଚଢ଼ାନ୍ତୁ ଏବଂ ଘରେ ମୟୁର ପଙ୍ଖ ରଖନ୍ତୁ।

   Related Posts