ଆଜି ହିଟମ୍ୟାନ୍‌ଙ୍କ ଫିଟନେସ୍ ଟେଷ୍ଟ୍, ଫିଟ୍ ଘୋଷିତ ହେଲେ ଅଷ୍ଟ୍ରେଲିଆ ଗସ୍ତରେ ଖେଳିବା ସମ୍ଭାବନା

Published By : Prameya-News7 Bureau | November 01, 2020 IST

ଦୁବାଇ,୦୧/୧୧: ଅଷ୍ଟ୍ରେଲିଆ ଗସ୍ତରୁ ଭାରତୀୟ ଦଳର ଦିନିକିଆ ଉପ ଅଧିନାୟକ ରୋହିତ ଶର୍ମା ବାଦ ପଡ଼ିବା ନେଇ ଆଲୋଚନା ଜୋର ଧରିଥିଲା । ତାଙ୍କ ଆହତ ସଂପର୍କରେ ବିସିସିଆଇ ପକ୍ଷରୁ ବିଶେଷ କିଛି ସୂଚନା ଦିଆଯାଇ ନଥିଲା।ଯାହାକୁ ସୁନୀଲ ଗାଭାସ୍କର ସମାଲୋଚନା କରିଥିଲେ । ଆଜି ବିସିସିଆଇର ଡାକ୍ତରୀ ଦଳ ରୋହିତଙ୍କ ଫିଟ୍‌ନେସ୍‌ ପରୀକ୍ଷା କରିବ। ଏହାପରେ ହିଁ ସେମାନେ ନିଷ୍ପତ୍ତି ନେବେ ଯେ ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଫିଟ୍‌ ଅଛନ୍ତି କି ନାହିଁ। ରୋହିତ ହାମଷ୍ଟ୍ରିଙ୍ଗ୍‌ ଆଘାତ ଯୋଗୁ ଆଇପିଏଲ ମ୍ୟାଚ୍‌ ଖେଳୁ ନାହାନ୍ତି । ମାତ୍ର ସେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳୁଛି ।

କିରେନ ପୋଲାର୍ଡ ତାଙ୍କ ଆହତ ସଂପର୍କରେ ସୂଚନା ଦେଇ କହିଛନ୍ତି, ରୋହିତ ସୁସ୍ଥ ହେଉଛନ୍ତି, ଖୁବଶୀଘ୍ର ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ତାଙ୍କ ବାମ ହାମଷ୍ଟ୍ରିଙ୍ଗ୍‌ରେ ଆଘାତ ଭଲ ହେଉଛି। ସେ ପ୍ଲେ ଅଫ୍‌ରେ ଖେଳିବାର ସମ୍ଭାବନା ରହିଛି।” କିଙ୍ଗ୍‌ସ ଏକାଦଶ ବିପକ୍ଷ ମ୍ୟାଚ୍‌ରେ ରୋହିତ ଆହତ ହୋଇଥିଲେ। ଏହାପରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦଳ ଘୋଷଣା ହୋଇଥିଲା । ଏହି ଦଳରେ ରୋହିତଙ୍କୁ ସାମିଲ କରାଯାଇ ନଥିଲା।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆଜି ଡାକ୍ତରୀ ଦଳ ରୋହିତଙ୍କ ଫିଟ୍‌ନେସ ପରୀକ୍ଷା କରିବେ । ଏହାପରେ ସେ
ଅଷ୍ଟ୍ରେଲିଆ ଗସ୍ତ କରିବେ କି ନାହିଁ ତାହା ସ୍ଥିର ହେବ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.