Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଆଜି ରୋହିତଙ୍କ କ୍ରିକେଟ କ୍ୟାରିଅରର ଖାସ୍ ଦିନ, କିନ୍ତୁ କିପରି ଥିଲା ସେହି ଅନୁଭୂତି, କାହିଁକି ଅଭିନନ୍ଦନ

23/06/2020 at 7:33 PM

ମୁମ୍ବାଇ, ୨୩|୦୬: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ୍ ତଥା ଓପନର ରୋହିତ ଶର୍ମା ଅନ୍ତର୍ଜାତିକ କ୍ରିକେଟରେ ୧୩ ବର୍ଷ ପୂରଣ କରିସାରିଛନ୍ତି । ଆଜିର ଦିନରେ ଠିକ୍ ୧୩ ବର୍ଷ ପୂର୍ବେ ରୋହିତ ଭାରତୀୟ ଦଳରେ ପଦାର୍ପଣ କରିଥିଲେ । ଏହି ସମୟରେ ରୋହିତ ଅନେକ ରେକର୍ଡ ଭାଙ୍ଗିବା ସହ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ହିଁ ସୋସିଆଲ ମିଡିଆରେ ରୋହିତଙ୍କୁ ଶୁଭେଚ୍ଛାର ସୂଅ ଛୁଟିଛି ।

୨୦୦୭ ଜୁନ ୨୩ରେ ରୋହିତ ଆୟାର୍ଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ତେବେ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ ରୋହିତ ଖେଳିଥିବା ପଦାର୍ପଣ ମ୍ୟାଚରେ ବ୍ୟାଟିଂ କରିପାରିନଥିଲେ ।

ଏହି ମ୍ୟାଚରେ ଆୟାର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯୩ ରନରେ ଅଲଆଉଟ୍ ହୋଇଯାଇଥିଲା । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଆଗରେ ୧୭୧ ରନର ବିଜୟ ଲକ୍ଷ୍ୟ ଥିଲା । ସୌରଭ ଗାଙ୍ଗୁଲି ଓ ଗୌତମ ଗମ୍ଭୀରଙ୍କ ଅର୍ଧଶତକ ବଳରେ ଭାରତ ଏହି ମ୍ୟାଚକୁ ମାତ୍ର ଗୋଟିଏ ଓ୍ୱିକେଟ ହରାଇ ସହଜରେ ଜିତି ନେଇଥିଲା ।

ରୋହିତଙ୍କ ଫ୍ୟାନ୍ ତାଙ୍କର  ୧୩ ବର୍ଷ ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଅଷ୍ଟ୍ରେଲିଆରେ ସେ ଖେଳିଥିବା ଦ୍ୱିଶତକୀୟ ପାଳିର ଫଟୋ କିଛି ଫ୍ୟାନ ଅପଲୋଡ୍ କରିଛନ୍ତି । ରୋହିତ ଛକା ମାରିବାରେ ଧୁରନ୍ଧର । ସେ ଭାରତ ତରଫରୁ ଦିନିକିଆରେ ସର୍ବାଧିକ ଛକା ଲଗାଇଥିବା ବ୍ୟାଟସମ୍ୟାନ୍ ।

   Related Posts