ଆଜି ତ୍ରୟୋଦଶୀରେ ଶ୍ରୀଜୀଉଙ୍କ ଘଣାଲାଗି ନୀତି, ଗୁପ୍ତ ସେବା କରିବେ ସେବାୟତ

Published By : Prameya-News7 Bureau | July 07, 2021 IST

ପୁରୀ ୭/୭ : ଆଜି ଅଣସର ତ୍ରୟୋଦଶୀରେ ଶ୍ରୀଜୀଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀପୟର ମୁଦ ଉପଲକ୍ଷେ ଘଣା ଏବଂ ଖଳି ପ୍ରସାଦ ଲାଗି ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଘଣ୍ଟ , ଛତ୍ର , କାହାଳି ସହ ଖଳି ପ୍ରସାଦ ଅଣସର ସୁଦ୍ଧ ସୁଆର ଘରଠାରୁ ଶ୍ରୀମନ୍ଦିର କୁ ବିଜେ କରାଯାଇଥାଏ ।

ଏହାବ୍ୟତୀତ ଭୋଗ ମଣ୍ଡପ ସରିବା ପରେ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ , ଘଣ୍ଟ , କାହାଳି ସହ ମନ୍ଦିରକୁ ଆସିଥାଏ । ଆଜି ମହାପ୍ରଭୁଙ୍କ ଶ୍ରୀମୁଖ ଓତା ଲାଗି ହୋଇଥାଏ । ତତ୍ପରେ ଶ୍ରୀଜୀଉମାନଙ୍କ ବନକ ଲାଗି କରିବେ ଦତ୍ତମହାପାତ୍ର ସେବକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.