ଆଜି ରିଲାଏନ୍ସ ଏଜିଏମ : ଜିଓ ୫ଜି ବାବଦରେ ଘୋଷଣା କରିପାରେ କମ୍ପାନୀ

Published By : Prameya-News7 Bureau | June 24, 2021 IST

ନୂଆଦିଲ୍ଲୀ, ୨୪/୦୬: ଦେଶର ସବୁଠାରୁ ବଡ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ୪୪ ତମ ବାର୍ଷିକ ସାଧାରଣ ବୈଠକ ବା ଏଜିଏମ ଗୁରୁବାର ଅନୁଷ୍ଠିତ ହେବ । ଏଥିରେ ରିଲାଏନ୍ସ ଜିଓ ଦ୍ୱାରା ୫ଜି ସେବା ବାବଦରେ କିଛି ଘୋଷଣା ହୋଇପାରେ ।

ସୂଚନା ଅନୁସାରେ, ଜିଓ ସମେତ ଅନେକ ଟେଲିକମ୍ କମ୍ପୀନଙ୍କୁ ୫ଜି ସେବାର ପରୀକ୍ଷଣ ପାଇଁ ଅନୁମତି ମିଳିଛି । ନିକଟରେ ଜିଓ ମୁମ୍ବାଇରେ ଏକ ୫ଜି ଫିଲ୍ଡର ଟେଷ୍ଟିଂ କରିଥିଲା । ଏହି ପରୀକ୍ଷଣ ଅତିଶୀଘ୍ର ଅନ୍ୟ ସହରରେ ହେବ । ଜିଓ ଏଜିଏମରେ ଏନେଇ ଘୋଷଣା କରିପାରେ । ଦିନ ୨ଟାରେ ହିଁ ବୈଠକ ଆରମ୍ଭ ହେବ ।

ନିବେଶକଙ୍କ ଖାସ୍ ନଜର

କମ୍ପାନୀର ଏହି ଏଜିଏମ ଉପରେ ସେୟାର ବଜାରର ତୀକ୍ଷ୍ଣ ନଜର ରହିଛି । ଗତ ଆର୍ଥିକ ବର୍ଷରେ କମ୍ପାନୀର ପ୍ରଦର୍ଶନ କିପରି ଥିଲା ତାହା ଏହି ବୈଠକରେ ଜଣାପଡିବ । ଏହାସହ ଆଗାମୀ ଦିନର ଯୋଜନା ବାବଦରେ ମଧ୍ୟ କମ୍ପାନୀ ସୂଚନା ଦେଇପାରେ ।

ଏହାବ୍ୟତୀତ କମ୍ପାନୀର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ନିଜ ତୈଳ ରସାୟନର ୨୦ ପ୍ରତିଶତ ସାଉଦି ଆରାମକୋକୁ ବିକ୍ରି କରିବା ନେଇ ଘୋଷଣା କରିପାରନ୍ତି । ଗତ ୧୦ ବର୍ଷର ଇତିହାସ ଦେଖିଲେ ଏଜିଏମ ପରେ ରିଲାଏନ୍ସର ସେୟାର ମଜବୁତ ହୋଇଛି ।

ଏହାପୂର୍ବରୁ ମଧ୍ୟ ଦେଶରେ ୪ଜି ସେବା ଯୋଗାଇବା ମାମଲାରେ ରିଲାଏନ୍ସ ଆଗୁଆ ରହିଥିଲା । ଯଦି କମ୍ପାନୀ ୫ଜି ସେବା ଯୋଗାଇବାରେ ଆଗରେ ରହେ ତେବେ ମଧ୍ୟ ଚକିତ ହେବାର କିଛି କଥା ନାହିଁ । କମ୍ପାନୀ ୨୦୨୧ ମଧ୍ୟ ଭାଗରେ ଦେଶରେ ୫ଜି ସେବା ଲଞ୍ଚ୍ କରିବ ବୋଲି ପୂର୍ବରୁ କହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.