ଅଗଷ୍ଟ ୦୩ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 03, 2021 IST

ମେଷ– ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିିତି ସୃଷ୍ଟି କରିପାରନ୍ତି । ପରିବାରରେ ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ସମସ୍ୟା ଜନିତ ଟେନ୍‌ସନ ସୃଷ୍ଟିକରିବ ।ଶୁଭରଙ୍ଗ ଲାଲ୍ ।ଶୁଭଅଙ୍କ ୪ ।
ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ଅର୍ଥଲାଭ ହେବ ।
ଗୃହିଣୀ-ସୁଖୀ ହେବେ ।

ବୃଷ–ସ୍ୱଗୃହୀ ଶୁକ୍ର ପ୍ରଭାବରେ ଆରୋଗ୍ୟ ଲାଭ କରିବେ ଏବଂ ବନ୍ଧୁଙ୍କ ପରାମର୍ଶରୁ ଆଶ୍ୱସ୍ତି ଲାଭ କରିପାରନ୍ତି ।ଶିଳ୍ପ,ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ ।ବନ୍ଧୁ ସମ୍ପର୍କରେ ଉନ୍ନତି ଘଟିବ ଏବଂ ଫଳପ୍ରଦ ଆଲୋଚନା ହୋଇପାରେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୭ ।
ଚାଷୀ- ଅଧିକା ପାଣି ଜମିରେ ରହିଲେ, ଫସଲ ନଷ୍ଟ କରିପାରେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ- ସଦିଚ୍ଛାଭାବ ରହିବ ।

ମିଥୁନ – ରାଶିରେ ବଳବାନ୍‌ ରାହୁ ଏବଂ ଭାଗ୍ୟସ୍ଥ ବୁଧ ଯୋଗୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ଆପଣଙ୍କ ଚେଷ୍ଟା କଦାପି ନିଷ୍ଫଳହେବ ନାହିଁ । ନିର୍ମାଣାଧୀନ କାମ ଓ ଅନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସୂଚନା ରହିଛି ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୩ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ବ୍ୟାୟାମ୍‌କରନ୍ତୁ ।
କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ-ଧାର୍ମିକ ହେବେ ।

କର୍କଟ–ଚନ୍ଦ୍ର ଏବଂ ମଙ୍ଗଳଙ୍କ ଉଚ୍ଚାବସ୍ଥାନ ଆପଣଙ୍କ କାର୍ଯ୍ୟସିଦ୍ଧି, ଆର୍ଥିକ ଉନ୍ନତି ସହବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ । ଅତୀତର ଘଟଣା ଗୁଡିକର ସମୀକ୍ଷା କରିଚିନ୍ତିତ ରହିପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୫ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ପ୍ରଚୁର ଲାଭହେବ ।
ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

ସିଂହ –ସାମାନ୍ୟ ଅସ୍ଥିରତା ଲାଗି ରହିଲେ ମଧ୍ୟ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିବାରୁ ଆଶ୍ୱସ୍ତି ଅନୁଭବ କରିବେ । ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବିଚାର କରିପାରନ୍ତି ।ସାମାଜିକ ସ୍ତରରେ କୌଣସି ନୂତନ ଦାୟିତ୍ୱ ହାତକୁ ନେବକୁ ପଡିପାରେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୯ ।
ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
ଚା କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ସଫଳତା ମିଳିବ ।
ଗୃହିଣୀ-ସୁଖଭାରା ଦିନଟି ।

କନ୍ୟା–ଯେଉଁଥି ପାଇଁ ଚିନ୍ତିତ ରହିଛନ୍ତି, ଆଜିସେଥିରୁ ଅନେକାଂଶ ରେହାଲୁକା ଅନୁଭବ କରିବେ । ଅଫିସରେ ଭାବପ୍ରବଣ ବଶତଃ ପ୍ରତିକ୍ରିୟା ହଠାତ୍ ପ୍ରକାଶ କରିବା ଠିକ୍‌ହେବ ନାହିଁ । ପରିବହନ ସମସ୍ୟାରେ ଜନିତ ହୋଇପାରନ୍ତି ।ଶୁଭରଙ୍ଗ କଫି ।ଶୁଭ ଅଙ୍କ ୬ ।
ଗୃହିଣୀ- ସ୍ୱାଭିମାନୀ ହେବେ ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
କର୍ମଜୀବି- ସମ୍ମାନ ପାଇବେ ।
ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଚାଷୀ- ଉତ୍ତମ ଫଳ ପାଇବେ ।

ତୁଳା– ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ତରରେ କିଛିଟା ଆଲୋଡନ ଅସ୍ଥିରତାର କାରଣ ହୋଇପାରେ ।ବନ୍ଧୁମାନଙ୍କ ଜରିଆରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୨ ।
ଚାଷୀ-ପୋଖରୀ/ଗାଢିଆ କରି ଜଳସଞ୍ଚୟ କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।

ବିଛା– ପାପ ଗ୍ରହ ଯୁକ୍ତ ତୃତୀୟ ଭାବ ପ୍ରଭାବରେ ବନ୍ଧୁଙ୍କ ଉପରେ ଅଯଥା ରାଗକିମ୍ବା ଅଭିମାନ କରି ଚୁପ୍‌ ରହିଲେ କ୍ଷତିରେ ପଡିବେ ।ବିଶିଷ୍ଟ ବ୍ୟକ୍ତିମାନଙ୍କ ଅନୁରୋଧରେ ସାମାଜିକକାର୍ଯ୍ୟରେ ଯୋଗ ଦେଇପାରନ୍ତି ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ୮ ।
ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।
ରୋଗୀ- ଆୟୁର୍ବେଦିକ ଚିକିତ୍ସାଲାଭ ଦେବ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- କରିତ୍‌କର୍ମା ହେବେ ।
ବ୍ୟବସାୟୀ- ପ୍ରଚୁର ଲାଭହେବ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ଧନୁ –ପାଖ ପଡୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନର ବଳଖୁବ୍‌ଟାଣ ରହିବ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାର୍ଯ୍ୟ କରିପାରନ୍ତି ।ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ହେବାର ସୂଚନା ରହିଛି ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ମକର– ପାରିବେଶିକ ଅସ୍ଥିରତା କାରଣରୁ ମାନସିକ ଅଶାନ୍ତି ଦେଖା ଦେଇପାରେ ।ବାହାର ସ୍ଥାନରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନଚେତ ଅଦଳବଦଳ ହୋଇଯାଇପାରେ ।ବନ୍ଧୁଙ୍କ ସାହାର୍ଯ୍ୟ ସହ-ଯୋଗ ଲୋଡିପାରନ୍ତି ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୭ ।
ଚାଷୀ-ପୋଖରୀ/ଗାଢିଆକରି ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ- ମିତ୍ରସୁଖ ପାଇବେ ।

କୁମ୍ଭ -ଆଜି ଯେଉଁ କାମରେ ବାହାରିବେ ସେଥିରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିପାରେ ।ସମସ୍ୟାକୁ ସୁଧାରିନେବା ସକାଶେ ପରିବାରର ବ୍ୟକ୍ତି ବିଶେଷଙ୍କ ସମର୍ଥନ ମିଳିବ ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୪ ।
ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ-ସୁଖୀ ହେବେ ।

ମୀନ – ଉଚ୍ଚା ରୋହୀ ରବି ଓ ମଙ୍ଗଳ ପ୍ରଭାବରେ ସରକାରୀ ସ୍ତରରୁ ଆର୍ଥିକ ସାହାର୍ଯ୍ୟ ଲାଭ କରି କେତେକାଂଶରେ ଖୁସି ରହିବେ । ଆରମ୍ଭ କରିଥିବା କାମଟିକୁ ଶେଷ କରିପାରନ୍ତି ।ଶୁଭରଙ୍ଗ କଫି ।ଶୁଭ ଅଙ୍କ ୬ ।
ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ରୋଗରୁ ମୁକ୍ତହୋଇପାରନ୍ତି ।
ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ ।
ବ୍ୟବସାୟୀ- ବିଜୟୀ ହେବେ ।
ଗୃହିଣୀ-ଧାର୍ମିକ ହେବେ ।
କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.