Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଦାଖଲ ହେଲା ପ୍ରାର୍ଥୀପତ୍ର: ଅଶ୍ବିନୀ ବୈଷ୍ଣବ ଓ ଅମର ପଟ୍ଟନାୟକ ରାଜ୍ୟସଭା ଯିବେ ୫ବର୍ଷିଆ ଟର୍ମରେ , ସସ୍ମିତ ପାତ୍ରଙ୍କ ଭାଗରେ ପଡିଲା ୩ ବର୍ଷିଆ ଟର୍ମ

ଭୁବନେଶ୍ବର୨୪|୬: ଅଶ୍ବିନୀ ବୈଷ୍ଣବ ଓ ଅମର ପଟ୍ଟନାୟକ ରାଜ୍ୟସଭା ଯିବେ ୫ବର୍ଷିଆ ଟର୍ମରେ । ସସ୍ମିତ ପାତ୍ରଙ୍କ ଭାଗ ପଡିଛି ୩ ବର୍ଷିଆ ଟର୍ମରେ । ଅଶ୍ବିନୀ ବିଜେପି ପ୍ରାର୍ଥି ହୋଇଥିଲେ ବି ତାଙ୍କୁ ସୌମ୍ୟ ପଟନାୟକଙ୍କ ସ୍ଥାନରେ ୫ ବର୍ଷ ପାଇଁ ରାଜ୍ୟ ସଭା ପଠାଇବାକୁ ବିଜେଡି ସମର୍ଥନ ଦେବ । ଆଜି ଅଶ୍ବିନୀ ବୈଷ୍ଣବ, ଅମର ପଟନାୟକ ଓ ସସ୍ମିତ ପାତ୍ର ନାମାଙ୍କନ ଭରିବା ପରେ ଏକଥା ସ୍ପଷ୍ଟ ହୋଇଛି । ଅମର ପଟନାୟକ ଓ ସସ୍ମିତ ପାତ୍ରଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ସେହିଭଳି ବିଜେପିର ସବୁ ବିଧାୟକ ଅଶ୍ବିନୀ ବୈଷ୍ଣବଙ୍କ ନାମାଙ୍କନ ବେଳେ ଉପସ୍ଥିତ ଥିଲେ। …  

ରାଜ୍ୟସଭା ପ୍ରାର୍ଥିଭାବେ ପ୍ରାର୍ଥିପତ୍ର ଦାଖଲ କଲେ ଅମର-ଅଶ୍ବିନୀ-ସସ୍ମିତ । ବିଜେଡି ପ୍ରାର୍ଥୀ ଅମର ପଟନାୟକ ଓ ସସ୍ମିତ ପାତ୍ର ନାମାଙ୍କନ ଭରିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଓ ବହୁ ବରିଷ୍ଠ ବିଧାୟକ ଉପସ୍ଥିତ ଥିଲେ । ଅମର ପଟନାୟକଙ୍କ ପ୍ରସ୍ତାବକ ଅଛନ୍ତି ନିଜେ ନବୀନ । ସେହିଭଳି ବିଜେପି ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ବିଜେପିର ସବୁ ବିଧାୟକ ଉପସ୍ଥିତ ଥିଲେ । ଯେହେତୁ ଖାଲି ହୋଇଥିବା ଏହି ୩ ଟି ସିଟ୍ ପାଇଁ ଉପ-ନିର୍ବାଚନ ହେଉଛି ତେଣୁ ୩ ଟି ଯାକ ସିଟ୍ ପାଇଁ ଭିନ୍ନ ଭିନ୍ନ ବିଜ୍ଞପ୍ତି ପ୍ରକାଶ ପାଇଛି । ତେଣୁ ରାଜ୍ୟସଭା ଗଣିତ ଦୃଷ୍ଟିରୁ ଏଥର ରାଜ୍ୟସଭା ପ୍ରାର୍ଥୀ ଭାବେ ଜିତିବାକୁ ହେଲେ ପ୍ରତି ପ୍ରାର୍ଥିଙ୍କୁ ଅତିକମ୍ ରେ ୭୫ ଜଣ ବିଧାୟକଙ୍କ ସମର୍ଥନ ଦରକାର । ଯେହେତୁ ବିଜେପି ପ୍ରାର୍ଥିଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିଛି ସେହି ଦୃଷ୍ଟିରୁ ଏହି ୩ ଜଣ ରାଜ୍ୟସଭା ଯିବା ଏକ ପ୍ରକାର ଥୟ ।

ତେବେ ବିଜେଡି ସସ୍ମିତ ପାତ୍ରଙ୍କୁ ପ୍ରତାପ ଦେବଙ୍କ ସ୍ଥାନରେ ରାଜ୍ୟସଭା ପଠାଇଛି । ତେଣୁ ସସ୍ମିତ ପାତ୍ର ୨୦୨୨ ପର୍ଯ୍ୟନ୍ତ ଅର୍ଥାତ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯିବେ । ତେବେ  ଅଶ୍ବିନୀ ବୈଷ୍ଣବ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ସରିବ ୨୦୨୪ରେ । ଅର୍ଥାତ ଏହି ୨ ଜଣଙ୍କୁ ୫ ବର୍ଷ ମିଳିବ ରାଜ୍ୟସଭାରେ । ଅମର ପଟନାୟକ ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ରାଜ୍ୟସଭା ଯାଉଥିବା ବେଳେ ଅଶ୍ବିନୀ ବୈଷ୍ଣବ ସୌମ୍ୟ ପଟନାୟକଙ୍କ ସ୍ଥାନରେ୍ ରାଜ୍ୟସଭା ଯିବେ । ଯେହେତୁ ଏହି ୩ ଜଣଙ୍କ ବ୍ୟତୀତ ଆଉ କେହି ନାମାଙ୍କନ ଭରିନାହାଁନ୍ତି ତେଣୁ ନିର୍ବାଚନ ହେବାର ନାହିଁ । ଆସନ୍ତା କାଲି ରହିଛି ପ୍ରାର୍ଥୀପତ୍ର ଯାଞ୍ଚ । ୨୮ରେ ପ୍ରତ୍ୟାହାର ଓ ସେହିଦିନ ହିଁ ଘୋଷଣା ହୋଇଯିବ ନାଁ । ଆଉ ଜୁଲାଇ ୫ ରେ ନିର୍ବାଚନ କରିବାକୁ ପଡିବ ନାହିଁ ।….

121 Views

   ସମ୍ବନ୍ଧିତ ଖବର