ଆଜି ରାଷ୍ଟ୍ରପତିଙ୍କ ୭୩ତମ ଜନ୍ମଦିନ : ୧୨ କୋଟି ଟଙ୍କାର ଗାଡ଼ିରେ ବୁଲନ୍ତି କୋବିନ୍ଦ

Published By : Prameya-News7 Bureau | October 01, 2018 IST

ନୂଆଦିଲ୍ଲୀ ୧/୧୦ : ଆଜି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ୭୩ ତମ ଜନ୍ମଦିନ | ୧୯୪୩ ମସିହାରେ କାନପୁରର ଏକ ଅଖ୍ୟାତ ପଲ୍ଲୀରେ ଜନ୍ମଲାଭ କରିଥିବା ଶ୍ରୀଯୁକ୍ତ କୋବିନ୍ଦ ଆଇନରେ ସ୍ନାତକ କରିବା ପରେ ସୁପ୍ରିମକୋର୍ଟରେ ଓକିଲାତି କରିଥିଲେ | ଦୀର୍ଘଦିନ ଧରି ସେ ସରକାରୀ ଓକିଲ ମଧ୍ୟ ଥିଲେ | ପରବର୍ତ୍ତୀ ସମୟରେ ବିହାରର ରାଜ୍ୟପାଳ ପଦ ଅଳଙ୍କୃତ କରିଥିବା ଶ୍ରୀ କୋବିନ୍ଦ ଲୋକସେବା ଆୟୋଗ ପରୀକ୍ଷାରେ ମଧ୍ୟ ଉତୀର୍ଣ୍ଣ ହୋଇଥିଲେ | ୨୦୧୭ ମସିହା ଜୁଲାଇ ୨୫ ତାରିଖରେ ଭାରତର ରାଷ୍ଟ୍ରପତି ହୋଇଥିବା ରାମନାଥ କୋବିନ୍ଦ ଭାରତର ସବୁଠୁ ମାହାଙ୍ଗା ଗାଡ଼ିରେ ଯାତାୟାତ କରନ୍ତି | ରାଷ୍ଟ୍ରପତି ହିସାବରେ ସେ ଯେଉଁଠିକୁ ମଧ୍ୟ ଯାଆନ୍ତି ତାହା ପ୍ରୋଟୋକଲ ଅନ୍ତର୍ଭୁକ୍ତ ହୋଇଥାଏ | ଏବେ ମାସିକ ସେ ୫ ଲକ୍ଷ ଟଙ୍କା ଦରମା ପାଉଛନ୍ତି | ତେବେ ସେ ଯାତ୍ରା କରୁଥିବା କାରଟି ମର୍ସିଟିଜ କମ୍ପାନୀର ଏସ କ୍ଲାସ (ଏସ-୬୦୦) ମଡେଲ | ଏହାର ଦାମ ୧୧ କୋଟି ୬୦ ଲକ୍ଷ ଟଙ୍କା | ସୂଚନାଯୋଗ୍ୟ ଯେ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଏହି ଗାଡ଼ିରେ ହିଁ ଯାତାୟାତ କରୁଥିଲେ | ଏହି କାରରେ କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ଭଳି ଫିଚର୍ସ ରହିଛି | ଅକ୍ସିଜେନ ସପ୍ଲାଏ, ନାଇଟ ଭ୍ୟୁ ଆସିଷ୍ଟାନ୍ସ, ଏମରଜେନ୍ସ ଫ୍ରେସ ଏୟାର ଭଳି ବହୁ ଗୁରୁତ୍ୱପୂର୍ଣ ବ୍ୟବସ୍ଥା ରହିଛି | ଏଥିସହ କାରଟି ବୁଲେଟ ଏବଂ ବମ ପ୍ରୁଫ ମଧ୍ୟ | ଏହି କାରର ଟାୟାର ଯଦି କୌଣସି କାରଣରୁ ପଞ୍ଚର ହୋଇଯାଏ ତାହେଲେ ମଧ୍ୟ କାରଟି ବହୁ କିଲୋମିଟର parjyanta ସମାନ ବେଗରେ ଯାତ୍ରା କରିପାରିବ | ଏଥିରେ ସାଟେଲାଇଟ ବ୍ୟବସ୍ଥା ରହିଛି | ଫଳରେ ରାଷ୍ଟ୍ରପତି ଯେ କୌଣସି ସମୟରେ ହାଯ ସହ ଚାହିଁବେ ସିଧାସଳଖ କଥା ହୋଇପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.