ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି – ରବିବାରରେ ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ ଉତ୍ସବରେ ହେବେ ସାମିଲ୍

Published By : Prameya-News7 Bureau | December 07, 2019 IST

ଭୁବନେଶ୍ୱର ୦୭।୧୨ - ବରୁଣେଇ ପାଦଦେଶରେ ପ୍ରତିଷ୍ଠା ହେବ ପାଇକ ବିଦ୍ରୋହର ସ୍ମାରକୀ ।୧୮୧୭ ରେ ଓଡ଼ିଶାର ବୀର ପାଇକ ମାନେ ଦେଶ ର ପ୍ରଥମ ସ୍ବାଧୀନତା ସଂଗ୍ରାମ ଲଢିଥିଲେ । ସେଇ ବୀରତ୍ବର ଗାଥା ଗାଇବ ସ୍ମାରକୀ ।ଓଡିଶାବାସୀ ସେ ସମୟରେ କେତେ ସ୍ବାଧୀନଚେତା ଥିଲେ ଆଉ ବ୍ରିଟିଶ ଶାସନର ଫାଶ ରୁ ମୁକୁଳିବାକୁ ନିଜ ଜୀବନକୁ ବାଜି ଲଗାଇଥିଲେ ସେହି ଇତିହାସର ପୁନଃଲିଖନ ହେବ ବରୁଣେଇ ପାହଡ଼ର ପାଦଦେଶରେ ।

{"id":195048,"sizeSlug":"large"}

ମହାନ୍‌ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ନେତ୍ବତ୍ବରେ ପାଇକ ମାନେ ମାତୃଭୂମି ପାଇଁ ପ୍ରାଣ ବଳି ଦେଇଥିଲେ ।ସେହି ବୀରତ୍ୱ ଗାଥା ସାରା ଦେଶକୁ ଦେବାକୁ ଯାଉଛି ସ୍ମୃତି ସ୍ତମ୍ଭ ।ରାଷ୍ଟ୍ରପତି ରାମନାଥ କୋବିଦ ଆସନ୍ତାକାଲି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ପୁରା ଶୃଙ୍ଖଳିତ  କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା ବରୁଣେଇରେ କିଭଳି ବ୍ୟବସ୍ଥା ହୋଇଛି ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ସମୀକ୍ଷା କରିଛନ୍ତି । ଆଇଜି ପର୍ସନେଲ ସୌମେନ୍ଦ୍ର ପ୍ରିୟଦର୍ଶୀ, ଖୋର୍ଦ୍ଧା ଜିଲ୍ଲାପାଳ , ଏସ୍‌ପିଙ୍କ ସମେତ ବହୁ ଅଧିକାରୀ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉପରେ ତର୍ଜମା କରିଥିଲେ ।

{"id":195049,"sizeSlug":"large"}

ସେହିଭଳି ଓଡିଶାର ଶିକ୍ଷା ବ୍ୟବସ୍ଥାର ମାଇଲ ଖୁଣ୍ଟ ଉତ୍କଳ ବିଶ୍ବ ବିଦ୍ୟାଳୟର  ପ୍ଲାଟିନମ୍‌ ଜବୁଲି  ସମାରେ।ହ ଉତ୍ସବରେ ମଧ୍ୟ ଯେ।ଗ ଦେବେ  ରାଷ୍ଟ୍ରପତି  । ସେଥିପାଇଁ ସଜେଇ     ହେ।ଇଛି ବାଣୀ ବିହାର ।ଯେଉଁ ବାଣୀ ବିହାର ର ଛାତ୍ର ଛାତ୍ରୀ  କେବଳ ଓଡିଶା ନୁହେଁ , ସାରା ଦେଶ ତଥା ବିଶ୍ବ ରେ ନିଜର ଛାପ ଛାଡିଛନ୍ତି ସେମାନଙ୍କ  ଆଲମା-ମାଟରର   ହୀରକ ଜୟନ୍ତୀ ଉତ୍ସବ କୁ ଭବ୍ୟ କରିବାକୁ ଲାଗିଛନ୍ତି ସମସ୍ତେ । ସେଠାରେ ମଧ୍ୟ କିଭଳି ବ୍ୟବସ୍ଥା ହେ।ଇଛି ତାର ତଦାରଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସିପି ,ଡିସିପି ସମସ୍ତେ ବାଣୀ ବିହାର ପରିଦର୍ଶନ କରି ଆୟେ।ଜନ କୁ ଶେ​ଷ ସ୍ପର୍ଶ ଦେଇଛନ୍ତି ।

{"id":195050,"sizeSlug":"large"}

ଆଜି ସଂଧ୍ୟା ୭ ଟା୩୦ ରେ ରେ ଭୁବନେଶ୍ବର ରେ ପହଁଚିବେ ରାଷ୍ଟ୍ରପତି ।ଏୟାର ପେ।ର୍ଟରୁ ସିଧା ଯିବେ ରାଜଭବନ ।ଆସନ୍ତ କାଲି  ସକାଳେ ଖେ।ର୍ଦ୍ଧା  ବରୁଣେଇ ପାଇକ ବିଦ୍ରେ।ର  ସ୍ମାରକୀ  ର ଭିତ୍ତି ପ୍ରସ୍ତର ସ୍ଥାପନ ପରେ ଆସିବେ ବାଣୀବିହାର ।ସେଠାରେ କାଯ୍ୟକ୍ରମ ସାରିଫେରିବେ ରାଜବଭନ । ସାଢେ ୫ ରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.