ନଭେମ୍ବର ୪ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 04, 2019 IST

ମେଷ  - ଲକ୍ଷ୍ୟ ପୂରଣ ସକାଶେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କାମ ହାସଲରେ ବାଧା କାରଣରୁ ମାନସିକ ଅବସ୍ଥାଭଲ ରହିବ ନାହିଁ । ବିବାଦୀୟ ବିଷୟକୁ ନେଇ ପାଖପଡୋଶୀମାନେ ଆପଣଙ୍କ ପରାମର୍ଶ ଲୋଡି ପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ବୃଷ – ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭିନ୍ନ ଦୃଷ୍ଟି କୋଣରୁ ବିଚାର କରିବେ । ଆନୁଷ୍ଠାନିକ କାର୍ଯ୍ୟରେ ଛୋଟ କଥାଟିକୁ କେନ୍ଦ୍ର କରି ମତାନ୍ତର ଘଟିପାରେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୭ ।

ମିଥୁନ - ଉପସ୍ଥିତ ବୁଦ୍ଧି ଓ ପ୍ରୟୋଗାତ୍ମକ କୌଣସି ମାଧ୍ୟମରେ ପ୍ରତ୍ୟେକ କାମରେ ସଫଳତା ଅବଶ୍ୟ ପାଇବେ । ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସିତ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

କର୍କଟ - ଦୀର୍ଘ ଦିନ ହେଲା ଆଦୌ ଭଲ ପଡୁନଥିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି । କର୍ମକ୍ଷେତ୍ର କିମ୍ବା ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ସିଂହ – ଭୁଲ୍ ବୁଝାମଣା କାରଣରୁ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମନକୁ ଆନ୍ଦୋଳିତ କରିବ । ବ୍ୟବସାୟ ଓ ପରିବହନରେ ସଫଳତା  କିନ୍ତୁ ଋଣ ପରିଶୋଧର ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୧ ।

କନ୍ୟା – ପାଖରେ ଥିବା ଲୋକଟି ଆପଣଙ୍କ ସକାଶେ ବହୁତ ଉପକାରରେ ଆସିବାର ସମ୍ଭାବନା ରହିଛି । ବ୍ୟବସାୟରେ ଆଶା ଅନୁରୂପ  ଫଳ ପାଇବେ କିନ୍ତୁ ଆଶାନୁରୂପ ହେବ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

ତୁଳା – ନିଜର ଭୁଲ୍ ବୁଝାମଣାରୁ ଆକସ୍ମିକ ଭାବରେ ପାରିବାରିକ କଳହର ସମ୍ଭାବନା ରହିଛି । ଆଜି କୌଣସି ଯୁବବ୍ୟକ୍ତି ଠାରୁ ଯଥେଷ୍ଟ ସହାୟତା ପାଇବେ । ଗୃହ ସଜ୍ଜାରେ ମନୋନିବେଶ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ବିଛା – ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାଶ୍ୱିର୍କ ପରିସ୍ଥିତି ଅନୁକୂଳ ରହିବ । ବହୁତ ଦିନର ଆଶା ପୂରଣ ହେବାସହ କୌଣସି ନୂତନ କାମରେ ବନ୍ଧୁମାନେ ସହ ଯୋଗର ହାତ ବଢାଇବେ । ଶୁଭ ରଙ୍ଗ ନାରଙ୍ଗୀ  । ଶୁଭ ଅଙ୍କ ୨ ।

ଧନୁ – ଦିନର ଅଧିକାଂଶ ସମୟ ସମସ୍ୟା ଭିତରେ ଦେଇ ଗତି କରୁଥିବା କାରଣରୁ ବେଶି ସମୟ ଅନ୍ୟମନସ୍କ ରହିବେ । କୌଣସି ବିବାଦୀୟ ପରିସ୍ଥିତିରେ ଆପଣଙ୍କର ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜି ପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ମକର – ଆପଣ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେହି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ । ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

କୁମ୍ଭ  - ସତର୍କତା ଅଭାବରୁ ହଠାତ୍ କଳହ, ପ୍ରତିହିଂସା, ବାଦବିବାଦ, ଧନହାନି ଓ ବିଭିନ୍ନ ପ୍ରକାରର ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

ମୀନ - ଆଜିର କର୍ମକ୍ଷେତ୍ର ଏବଂ ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍ ପ୍ରକାଶ କରନ୍ତୁ ନାହିଁ । ବୃଥା ତର୍କ ଓ ବିବାଦରେ ପଶିବା ସହ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମ୍ପର୍କ ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.