ଅକ୍ଟୋବର ୮ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 08, 2021 IST

ମେଷ– ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୩ ।
• ଗୃହିଣୀ- ମିତ୍ରସୁଖ ପାଇବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ଗ୍ରୀନ୍‌ ରଙ୍ଗର ଆସନରେ ବସି ପଢନ୍ତୁ ।
• ରୋଗୀ-ରୋଗରୁମୁକ୍ତ ହୋଇପାରନ୍ତି ।
• ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ବୃଷ–କର୍ମକ୍ଷେତ୍ରରେ ନିଜଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି । କୌଣସି ଉନ୍ନତି ମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକ ପଡିପାରେ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୯ ।
• ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
• ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢା ପ୍ରତିସଜାଗ ରହିବେ ।
• କର୍ମଜୀବି-ଅର୍ଥ ହାନୀହେବ ।
• ବ୍ୟବସାୟୀ-ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ-ଘର କାମରେବ୍ୟସ୍ତ ରହିବେ ।

ମିଥୁନ – ସାମାଜିକ ସ୍ତରରେ ଦୀର୍ଘ ଦିନର ଶତ୍ରୁତା ବିବାଦିୟ ପରିସ୍ଥିତି ସୃଷ୍ଟି କରିପାରେ । ବନ୍ଧୁଙ୍କ ପରାମର୍ଶକ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି । ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୬ ।
• ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
• ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
• କର୍ମଜୀବି- ଜଳଯାତ୍ରା ମନା ।
• ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଚାଷୀ- ଶ୍ରମ ସାର୍ଥକ ହେବ ।

କର୍କଟ– ଆଜି ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ହୋଇଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇ ମନ ଖୁସିରହିବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୨ ।
• ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• କର୍ମଜୀବି-ଅର୍ଥ ହାନୀ ହେବ ।
• ବ୍ୟବସାୟୀ-ଅର୍ଥ ହାନୀ ହେବ ।
• ଗୃହିଣୀ-ସୁଖ ଅନୁଭବ କରିବେ ।
• ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।

ସିଂହ – ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ତଥା ପ୍ରତିଦ୍ୱନ୍ଦିତାରେ ସଫଳତା ହାସଲ କରିବେ । କେତେକ କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୫ ।
• ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
• ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍‌ ।
• ଚାଷୀ-ମାଟିରେଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• କର୍ମଜୀବି-କାର୍ଯ୍ୟରେସଫଳ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ନୂଆବସ୍ତ୍ରଲାଭ ହେବ ।

କନ୍ୟା – ଆଶା ପୂରଣ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିବାରରେ ପାରସ୍ପରିକ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟକରି ପାରନ୍ତି । ଶୁଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୭ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌କୁ ହାତଛଡା କରନ୍ତୁ ନାହିଁ ।
• କର୍ମଜୀବି-ସଫଳତା ହାତଛଡା ହୋଇଯିବ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
• ଚାଷୀ- ଶ୍ରମ ସାର୍ଥକ ହେବ ।

ତୁଳା– ପାରସ୍ପରିକ ମତଭେଦ କାରଣରୁ ପରିବାରରେ ଅଶାନ୍ତିଜନିତ ଦୁଃଖୀ ହୋଇପାରନ୍ତି । ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରି ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
• ଗୃହିଣୀ-ଧାର୍ମିକହେବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
• ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।
• ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ବିଛା–ବହୁତ ଝଡଝଞ୍ଜା ମଧ୍ୟ ଦେଇ ହାତକୁ ନେଇଥିବା କାମଟିକୁ ସମ୍ପୂର୍ଣ୍ଣ କରିବେ । ପରିବାରରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୬ ।
• ଚାଷୀ-ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
• କର୍ମଜୀବି-ଅର୍ଥ ମିଳିବ ।
• ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।


ଧନୁ – ଆଜି ଆପଣଙ୍କୁ ନୀଚ୍ଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ସମାଲୋଚିତ ହେବାକୁ ପଡିପାରେ । ନୂତନ ଗୃହରାମ୍ଭ, ଜମିଜମା କାରବାର ସକାଶେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇପାରେ । ଶୁଭରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୪ ।
• ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
• ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।
• କର୍ମଜୀବି-ସୁରୁଖୁରୁରେ କାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଚାଷୀ- ଜମିରଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ମକର– ଦୀର୍ଘ ଦିନରୁ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାର୍ଯ୍ୟ ହାସଲ କରିବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
• ଚାଷୀ-ଜଳବାୟୁ ପ୍ରତିସତର୍କ ରୁହନ୍ତୁ ।
• ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
• ଛାତ୍ରଛାତ୍ରୀ-ବିଜ୍ଞହେବେ ।
• କର୍ମଜୀବି-ପ୍ରମୋସନ୍‌ ମିଳିବ ।
• ବ୍ୟବସାୟୀ-ନୂଆଡିଲ୍‌ ମିଳିବ ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।

କୁମ୍ଭ -ଶାରୀରିକ ସୁସ୍ଥତା ଓ ଆର୍ଥିକ ଅଭିବୃଦ୍ଧି ମାନସିକ ସୁସ୍ଥତାର କାରଣ ହେବ । ଆଜି ଦିନରେ ପରିବାର, ବ୍ୟବସାୟ, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରେସୁଫଳ ପାଇବେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୫ ।
• ଗୃହିଣୀ-ଧର୍ମକାର୍ଯ୍ୟରେ ବ୍ୟସ୍ତରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- ସଫଳତା ହାତଛଡା ହୋଇଯିବ ।
• ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।
• ରୋଗୀ-ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଚାଷୀ-ଜମିରଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ମୀନ – କର୍ମକ୍ଷେତ୍ରରେ ସମସ୍ୟା ସୁଧୁରିଯିବା କାରଣରୁ ପାରିବାରିକ ସଦ୍ଭାବ କ୍ରମଶଃ ବୃଦ୍ଧି ପାଇବ । ପରିବାରରେ ଭୁଲ୍‌ ବୁଝାମଣା ଜନିତ ବନ୍ଧୁ ସମ୍ପର୍କରେ ଅବନ୍ନତି ଘଟିପାରେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୩ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ-ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
• ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ସୁଖଭାରା ଦିନଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.