ନଭେମ୍ବର ୫ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 05, 2019 IST

ମେଷ  - ଦ୍ରବ୍ୟ ଲାଭର ସୂଚନା ମିଳୁଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । କୀର୍ତ୍ତିମାନ୍ ହୋଇପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ବୃଷ – ପ୍ରତିଶୋଧ ନେବା ସହିତ କାର୍ଯ୍ୟରେ ଆଗକୁ ବଢିବେ । ଶୁଭଖବର ପାଇ ପ୍ରଫୁଲ୍ଲିତ ହେବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଗାଢ ଲାଲ୍ । ଶୁଭ ଅଙ୍କ ୧ ।

ମିଥୁନ - ଭ୍ରମଣ ଯୋଗ ଅଛି । ବନ୍ଧୁ ମିଳନ ଘଟିପାରେ । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସ୍ଥିତି ପ୍ରତିକୂଳ ରହିବ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।

କର୍କଟ – ଭ୍ରାତୃ ବିବାଦର ସୁସମାଧାନ ହେବ । ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ମନରେ ପ୍ରସନ୍ନତା ଦେଖାଦେବ । ବନ୍ଧୁଙ୍କ ସାହାର୍ଯ୍ୟରେ କାର୍ଯ୍ୟ ହାସଲ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ସିଂହ – ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ଚାକିରି ଜୀବନ ସୁଖକର ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

କନ୍ୟା – ଆଶା-ଆଶଙ୍କାରେ ଦିନ କଟାଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଶାନ୍ତ-ସନ୍ତୋଷ ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସଫଳତା ପାଇଁ ସୁଯୋଗ ଅଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ତୁଳା – ଯାତ୍ରାକାଳୀନ ସତର୍କତା ଏକାନ୍ତ ଲୋଡା । ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା ଅଛି । ପ୍ରମୋଦହୀନ ହେବେ । ନିରୀହ ସ୍ୱଭାବର ହୋଇପାରନ୍ତି । ସାଧୁ ସେବାର ସୁଯୋଗ ମିଳିବ । ଯାନବାହନ ସୁଖ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ବିଛା – ନିଜ କାର୍ଯ୍ୟରେ ସମୀକ୍ଷା କରିବେ । ପରିଶ୍ରମର ଫଳ ମିଳିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ଧନୁ – ଦକ୍ଷତାର ସଦୁପଯୋଗ କରିପାରନ୍ତି । ସ୍ୱାଧୀନ ଭାବେ କିଛି ନ କରି ପରାମର୍ଶ ନେଇପାରନ୍ତି । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟରେ ସଫଳତା ମିଳିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।

ମକର – ଗୃହ ଜଞ୍ଜାଳ ବଢିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ବୃଦ୍ଧି ହେବ । ବନ୍ଧୁ ଓ ସରକାରୀ ସହାୟତାରେ ଲାଭବାନ୍ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

କୁମ୍ଭ  - ଭାବି, ଚିନ୍ତି ସିଦ୍ଧାନ୍ତ ନିଅନ୍ତୁ । ଭଲ ସିଦ୍ଧାନ୍ତ ନେଲେ ସୁଧାରିବାକୁ ଖର୍ଚ୍ଚାନ୍ତ ହୋଇପାରନ୍ତି । ମଧୁର ବଚନ କହି ପରକୁ ଆପଣାର କରିବେ । ପାରିବାରିକ ସୁଖ ମିଳିବ । ସୁବିଦ୍ୟା ସମ୍ପନ୍ନ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ମୀନ - ଶୁଭକାର୍ଯ୍ୟ ପାଇଁ ଅକୁଣ୍ଠିତ ଚିତ୍ତରେ ବ୍ୟୟ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍ କର୍ମରେ ନିଜକୁ ନିୟୋଜିତ କରିବେ । ଧନବାନ୍ ଓ ସୁଗୁଣ ସମ୍ପନ୍ନ ହେବେ । ଚଞ୍ଚଳତାଯୁକ୍ତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.