Sunday, May 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୩ ଫେବୃଆରୀ ୧୯, ବୁଧବାର

ମେଶ – ଅଶ୍ୱିନୀ ଓ କର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଅଟକି ରହିଥିବା କାର୍ଯ୍ୟରେ ଆଗକୁ ବଢିବେ । କର୍ମତତ୍ପରତା ପ୍ରକାଶ ପାଇବ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରିବ ।

ବୃଷ – ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ପାରିବାରିକ ଜୀବନ ସୁଖପ୍ରଦ ହେବ । ପରୋପକାରୀ ହୋଇପାରନ୍ତି । ଆଳସ୍ୟ ପରାୟଣ ହେଲେ ବି ଧନବାନ୍ ହେବେ ।

ମିଥୁନ – ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ମୂଲ୍ୟବାନ ଧାତୁ ଦ୍ରବ୍ୟ ପାଇପାରନ୍ତି । ସୁଖ ମିଳିବ । କଷ୍ଟ ପ୍ରଦ ହୋଇପାରେ । ଅଷ୍ଟମ ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ସତର୍କତାରେ ଚଳିବେ ।

କର୍କଟ- ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟ ହାସଲ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । କର୍ମ କୁଶଳତା ପ୍ରକାଶ ପାଇବ । ଚିନ୍ତା ହ୍ରାସ ହେବ । ବିଭିନ୍ନ ସ୍ତରରୁ ସହାୟତାର ହାତ ଲମ୍ବି ଆସିବ ।

ସିଂହ – ମଘା ଓ ଉତ୍ତରା ଫାଲ୍ଗୁନି ନକ୍ଷତ୍ର ହାଜ ବ୍ୟକ୍ତିଙ୍କର ଉଚ୍ଚ କତ୍ତୃପକ୍ଷଙ୍କ ଚାପ ବୃଦ୍ଧି ହୋଇପାରେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ ।

କନ୍ୟା – ଉତ୍ତରା ଫାଲ୍ଗୁନି ଓ ବିତ୍ର ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ହଠାତ୍ ଲାଭବାନ୍ ହୋଇପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମକୁଶଳତା ପ୍ରକାଶ ପାଇବ ।

ତୁଳା – ଚିତ୍ରା ଓ ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ମାତ୍ରାର ଅର୍ଥ ଲାଭ ଯୋଗ ଅଛି । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇ ଉତ୍ ଫୁଲ୍ଲିତ ହୋଇପାରନ୍ତି ।

ବିଛା – ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ନିଜେ ରହୁଥିବା ପରିବେଶର ପରିବର୍ତ୍ତନ ଘଟାଇ ପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ଅର୍ଥ ଲାଭର ସୂଚନା ମିଳୁଛି ।

ଧନୁ – ମୂଳା ଓ ଉତ୍ତରାଷାଢା ନକ୍ଷତ୍ର ଜାତବ୍ୟକ୍ତିଙ୍କର କାର୍ଯ୍ୟ ହାସଲ ହେବ, ମାତ୍ର ଏହି ସଫଳତା ପାଇଁ ପ୍ରତୀକ୍ଷା କରିବାକୁ ପଡିବ । ଉପୁଜିଥିବା ସମସ୍ୟାର ସମାଧାନ କରିବେ ।

ମକର – ଉତ୍ତରାଷାଢା ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତିଙ୍କ ଆର୍ଥିକ ଅନଟନର ସୁଧାର ଆସିବାର ସୁଯୋଗ ଅଛି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ନିଷ୍ଟାନ୍ନ ଭୋଜନ ମିଳିବ ।

କୁମ୍ଭ – ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ବାଧା, ବିଘ୍ନକୁ ଏଡାଇ କର୍ମ ପଥରେ ଅଗ୍ରସର ହୋଇପାରନ୍ତି । ସମ୍ମାନିତ ହେବେ । କାର୍ଯ୍ୟରେ ସଫଳତା ମିଳିବ ।

ମୀନ – ଉତ୍ତର ଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତିଙ୍କର ସ୍ୱଳ୍ପ ଆୟର ସୂଚନା ମିଳୁଛି । ମନରେ ସରସତା ଆସିବ । ଚିନ୍ତା ଧାରା ଉନ୍ନତମାନର ହେବ । ଚଞ୍ଚଳ ପ୍ରକୃତିର ହେବେ ।

297 Views

   ସମ୍ବନ୍ଧିତ ଖବର