୧୨ ଫେବୃଆରୀ ୧୯, ମଙ୍ଗଳବାର

Published By : Prameya-News7 Bureau | February 12, 2019 IST

ମେଶ – ଧର୍ମ ବିଶ୍ୱାସୀ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।

ବୃଷ – ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦାନ- ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି ।

 ମିଥୁନ - ରୋଜଗାର କମି ଯାଇପାରେ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷା ପରିତ୍ୟାଗ କଲେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ସ୍ୱାଭିମାନୀ ହୋଇପାରନ୍ତି ।

କର୍କଟ- ଯାତ୍ରା ପାଇଁ ବାତାବରଣ ଅନୁକୂଳ ରହିଛି । ବନ୍ଧୁ ସହ ଯୋଗ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ । ପତ୍ନୀଙ୍କ କଥାରେ ଚଳିବେ ।

ସିଂହ – ଅନଟନକୁ ଉଧରୀ ଯାଇପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁପୀଡା ଅନୁଭବ କରିପାରନ୍ତି ।

 କନ୍ୟା – ବନ୍ଧୁମେଳରେ ଆନନ୍ଦ ଅନୁଭବ କରିପାରନ୍ତି । ସମ୍ମାନକୁ ଜଗି ଚଳିବାକୁ ପଡିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।

ତୁଳା – କାର୍ଯ୍ୟ କ୍ଷେତ୍ରରେ ଅଧିକ ସଫଳତା ଲାଭ କରିପାରନ୍ତି । କର୍ତ୍ତବ୍ୟ ନିଷ୍ଠ ହୋଇପାରନ୍ତି । ଉଦାର ପ୍ରକୃତିର ହେବେ । ଦାନକୁ ଶ୍ରେଷ୍ଠ କର୍ମ ଭାବେ ବିବେଚନା କରିବେ ।

ବିଛା – ମାନସିକ ବ୍ୟସ୍ତତା ବୃଦ୍ଧି ହୋଇପାରେ । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହୋଇପାରନ୍ତି । ମଧୁରଭାଷୀ ହେବେ ।

ଧନୁ – କାର୍ଯ୍ୟଭାର ଅଦଖବଦଳ ହୋଇପାରେ । ଲୋଭଗ୍ରସ୍ତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ମଧୁରଭାହୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି ।

ମକର – ମନ ଦେଇ କାର୍ଯ୍ୟ କରି ଚାଲିବେ । ବଳଶାଳୀ ହୋଇପାରନ୍ତି । ବ୍ୟବସାୟ ପାଇଁ ମନ ବଳାଇ ପାରନ୍ତି । ଉତ୍ତମ ଭୋଜନ ମିଳିବ । ସୁଖୀ ଦମ୍ପତିର ପରିଚୟ ଦେବେ ।

କୁମ୍ଭ - ସୀମିତ ଅର୍ଥରେ ଅଭାବ ନେଣ୍ଟାଇବା କଷ୍ଟପ୍ରଦ ହେବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଥଣ୍ଡା କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ । ସାହସୀ ଓ ଜ୍ଞାନୀ ହେବେ ।

ମୀନ - ରୋଜଗାର ଉଣା ହେବ ନାହିଁ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଜନତାଙ୍କ ପ୍ରିୟ ପାତ୍ର ହେବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଯାନବାହନ ସୁଖ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.