Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ

17/09/2018 at 10:56 AM

ନୂଆଦିଲ୍ଲୀ ୧୭|୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଜନ୍ମଦିନ । ୬୮ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଭଦନଗରରେ ଜନ୍ମଗ୍ରହଣ କରିଥିଲେ ମୋଦି । ୨୦୧୪ ମସିହା ମେ ୨୬ତାରିଖରେ ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି ।
ମୋଦି ଆଜି ତାଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ସ୍କୁଲ ପିଲାଙ୍କ ସହ ଜନ୍ମଦିନ ପାଳନ କରିବେ । ମୋଦି ବାରଣାସୀରେ ପହଞ୍ଚିବାପରେ କାଶୀରେ ସ୍କୁଲ ପିଲାଙ୍କୁ ଭେଟିବେ । ସେମାନଙ୍କ ସହ ଜନ୍ମଦିନ ପାଳିବେ । ସେଠାରୁ ସେ ଡିଏଲଡବ୍ଲୁ ଗେଷ୍ଟ୍ ହାଉସ୍ ଯିବେ । ସେଠାରେ ସେ ପିଲାମାନଙ୍କ ସହ ତାଙ୍କ ଜୀବନୀ ଉପରେ ଆାଧାରିତ ଫିଲ୍ମ ‘ଚଲୋ ଜିତେ ହେଁ’ର ସ୍ପେଶାଲ ସ୍କ୍ରିନିଂ ଦେଖିବେ । ଜନ୍ମ ଦିନ ଅବସରରେ ଦୁଇ ଦିନିଆ କାସୀ ଗସ୍ତରେ ସେ ୫୦୦କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

   Related Posts