Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ: ସେପ୍ଟେମ୍ବର ୪ ଆବେଦନ ଶେଷ, ୯ରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ୍

21/08/2020 at 8:21 AM

ଭୁବନେଶ୍ୱର୨୧/୮: ଆଜି ଦିନ ୧୧ଟା ସମୟରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମଲେଖିବା ପାଇଁ ଆବେଦନ କରିହେବ । ଛାତ୍ରଛାତ୍ରୀମାନେ www.samsodisha.gov.in ରେ ଥିବା କମନ୍‌ ଆପ୍ଲିକେସନ୍‌ ଫର୍ମ ବା କ୍ୟାଫ୍‌ ପୂରଣ କରି ଅନଲାଇନରେ ଆବେଦନ କରିବେ । ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିହେବ ।

ସେହିପରି ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟା ବେଳେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା (ମେରିଟ୍‌ ଲିଷ୍ଟ୍‌) ବାହାରିବ। ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୧୧ରୁ ଆରମ୍ଭ ହୋଇ ୧୮ ତାରିଖରେ ସରିବ । ସେପ୍ଟେମ୍ବର ୧୧ ତାରିଖରୁ ୧୯ ତାରିଖ ମଧ୍ୟରେ ପ୍ରଥମ ଚୟନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ସ୍ଲାଇଡ୍‌ ଅପ୍‌ ଅନୁରୋଧ ବା ଖାଲି ସିଟ୍‌ ଥିବା ଉନ୍ନତ ଧରଣର କଲେଜକୁ ବଦଳି ଆବେଦନ କରିପାରିବେ । ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୨୪ରୁ ୨୮ ତାରିଖ ମଧ୍ୟରେ ନାମ ଲେଖିପାରିବେ । ଅକ୍ଟୋବର ୧ରେ ସ୍ପଟ୍‌ ନାମଲେଖା ମେଧା ତାଲିକା ପ୍ରକାଶିତ ହେବ । ସ୍ପଟ୍‌ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅକ୍ଟୋବର ୧ରୁ ୩ ମଧ୍ୟରେ ଆବେଦନ କରିପାରିବେ । ୩ ତାରିଖ ଅପରାହ୍ନ ୫ଟାରେ ସ୍ପଟ୍‌ ନାମଲେଖାର ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ । ଯାହାର ନାମଲେଖା ଅକ୍ଟୋବର ୫ରେ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଚଳିତବର୍ଷ ୨୦୧୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ଲକ୍ଷ ୫୨ ହଜାର ୧୮୭ସିଟ୍‌ରେ ଯୁକ୍ତ ଦୁଇ ନାମଲେଖା ଅନୁଷ୍ଠିତ ହେବ । କରୋନା କଟକଣା ଥିବାରୁ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ଜୁନିୟର୍‌ କଲେଜ ବା କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯିବାକୁ ପଡ଼ିବନାହିଁ । ଅନ୍‌ଲାଇନ୍‌ରେ ସମସ୍ତ କାଗଜପତ୍ର ଦାଖଲ କରିବାକୁ ପଡ଼ିବ । ଅରିଜିନାଲ୍‌ ମାର୍କସିଟ୍‌, ଜାତି ପ୍ରମାଣପତ୍ର, ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଆଦି ଆବଶ୍ୟକୀୟ କାଗଜପତ୍ର କେବଳ ନାମଲେଖା ସମୟରେ ଦେଖାଇବାକୁ ପଡ଼ିବ । ଚଳିତବର୍ଷ ନାମଲେଖା ଆବେଦନ ଫି’କୁ କମାଇ ଦିଆଯାଇଛି । ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ଆବେଦନ ଫି’ ୩ ଶହରୁ ୨ଶହ ଟଙ୍କାକୁ କମାଇ ଦିଆଯାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କର ଶହେ ଟଙ୍କାକୁ ହ୍ରାସ କରାଯାଇଛି । କରେସପଣ୍ଡେନ୍ସ କୋର୍ସର ନାମଲେଖା ନିୟମିତ ନାମଲେଖା ଶେଷ ହେବାର ୧୫ ଦିନ ପରେ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

   Related Posts