ଆଜି ପୟାଶ୍ରାଦ୍ଧ : ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

Published By : Prameya-News7 Bureau | October 27, 2019 IST

ପୁରୀ ୨୭/୧୦: ଆଜି ପବିତ୍ର କାର୍ତ୍ତିକ ଅମାବାସ୍ୟା ତିଥିରେ ପୟାଶ୍ରାଦ୍ଧରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଉଛି । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୟାଶ୍ରାଦ୍ଧ କରୁଛନ୍ତି । ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ବାଇଶି ପାହାଚରେ ହଜାର ହଜାର ଶ୍ରଦ୍ଧାଳୁ ପିଣ୍ଡଦାନ କରୁଛନ୍ତି । ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ପିତୃ ପୁରୁଷଙ୍କୁ ସ୍ୱର୍ଗଲେ।କ ଉଦ୍ଦେଶ୍ୟରେ ବିଦାୟ ଦେଉଛନ୍ତି ।

ମହାଳୟାରେ ମର୍ତ୍ତ୍ୟକୁ ଆସିଥିବା ପିତୃ ପୁରୁଷଙ୍କ ଆଜି ପ୍ରତ୍ତ୍ୟାବର୍ତ୍ତନର ଦିନ । ପୟାଶ୍ରାଦ୍ଧ ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ପୟାଶ୍ରାଦ୍ଧ ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ଦଶ ବିଶ୍ୱଦେବ ଓ ଋଷି ଙ୍କୁ ମଧ୍ୟ ପିଣ୍ଡ ଓ ଶ୍ରାଦ୍ଧ ଦେବାର ବିଧି ରହିଛି । ଭକ୍ତ ମାନେ ବିଧି ମୁତାବକ ଆଜି ହଜାର ହଜାର କାଉଁରିଆ କାଠି ଜାଳୁଥିବାରୁ ସିଂହଦ୍ୱାର ସମ୍ମୁଖରେ ଦମକଳବାହିନୀଙ୍କୁ ମୁତୟନ କରାଯାଇଛି ।

ଶୃଙ୍ଖଳିତ ଦର୍ଶନ ପାଇଁ ପେ।ଲିସ ପ୍ରଶାସନ ତରଫରୁ ମନ୍ଦିର ଭିତରେ ଓ ବାହାରେ ପେ।ଲିସ ଫେ।ର୍ସ ମୁତୟନ କରାଯାଇଛି । ଏପଟେ ଭୁବନେଶ୍ବର ବିନ୍ଦୁ ସାଗରେର ମଧ୍ୟ ଆଜି ନାହିଁନଥିବା ଭିଡ ଜମିଛି । ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.