ପାଟକୁରାରେ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଆଜି ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିରୋଧୀ କହିଲେ ପ୍ରଭାବ ଶୂନ୍ୟ

Published By : Prameya-News7 Bureau | July 17, 2019 IST

କେନ୍ଦ୍ରାପଡା୧୭|୭: ପାଟକୁରାରେ ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଆଜି ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୧୦ଟାରେ ବାରିମୂଳ ପଡ଼ିଆରେ ଓହ୍ଲାଇଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଏହା ପରେ ପାଟକୁରାର ୩ଟି ବ୍ଲକରେ ବୁଲିଥିଲା ନବୀନଙ୍କ ହାଇଟେକ୍‌ବସ୍‌। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ନେଇ ବିଜେଡି କ୍ୟାମ୍ପ ଉତ୍ସାହିତ ଥିବା ବେଳେ ବିରୋଧୀ କିନ୍ତୁ ଏହାର ପ୍ରଭାବକୁ ସିଧା ସିଧା ଅସ୍ବିକାର କରୁଛନ୍ତି । ……

{"id":134735}

ମଝିରେ ଆଉ ମାତ୍ର ଗୋଟିଏ ଦିନ । ପାଟକୁରା ନିର୍ବାଚନ ପ୍ରଚାରର ଶେଷ ପର୍ଯ୍ୟାୟରେ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଥିଲେ ଖୋଦ୍‌ ବିଜେଡି ସୁପ୍ରିମୋ । ପୂର୍ବାହ୍ନ ୧୦ଟାରେ ବାରିମୂଳ ପଡ଼ିଆରେ ଓହ୍ଲାଇଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଆଉ ସେଇଠାରୁ ହିଁ ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକକୁ ଗଡ଼ିଥିଲା ନବୀନଙ୍କ ହାଇଟେକ୍‌ବସ୍‌ । ସାଥୀରେ ଥିଲେ ଦଳର ତୁଙ୍ଗ ନେତାଙ୍କ ଫୌଜ୍‌ । ଡେରାବିଶ୍‌ବ୍ଲକର ବେଶୀପୁର, ଏଣ୍ଡର, ଲକ୍ଷ୍ମୀନାରାୟଣପୁର, ଡେରାବିଶ, ପଲେଇ, ଚାନ୍ଦୋଳ, ଖମୋଳ ଆଦି ପଞ୍ଚାୟତରେ ରୋଡ୍‌ଶୋ’ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥି ସହ ବସ୍‌ଉପରୁ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ ମଧ୍ୟ କରିଥିଲେ ।

{"id":134736}

ଲଞ୍ଚ ବ୍ରେକ୍‌ପରେ ଗରଦପୁର ବ୍ଲକ ଅଭିମୁଖେ ଗଡ଼ିଥିଲା ନବୀନଙ୍କ ବସ୍‌। ଗରଦପୁର ବ୍ଲକର ୧୦ଟି ଏବଂ ମାର୍ଶାଘାଇ ବ୍ଲକର ସମସ୍ତ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ନେଇ ବେଶ୍‌ଉତ୍ସାହିତ ଥିଲା ବିଜେଡି କ୍ୟାମ୍ପ୍‌।

{"id":134737}

ଗଲା ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ାରେ ଯେଭଳି ନବୀନଙ୍କ କରିସ୍ମା କାମ କରିଥିଲା ଅନୁରୂପ ଭାବେ ପାଟକୁରାରେ ତାହା ଦେଖିବାକୁ ମିଳିବ ବୋଲି ଆଶା ରଖିଛି ବିଜେଡି । ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରର ପ୍ରଭାବକୁ ଭିନ୍ନ ଢ଼ଙ୍ଗରେ ଦେଖୁଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

{"id":134738}

ଯିଏ ଯାହା କହିଲେ ବି ଆଜି ପାଟକୁରା ନିର୍ବାଚନ ପ୍ରଚାର ଫୋକସ୍‌ରେ ଥିଲା ନବୀନଙ୍କ ରୋଡ୍‌ଶୋ’। ପୂର୍ବରୁ ଜୋର୍‌ଦାର୍‌ପ୍ରଚାର ଚଳାଥିବା ବିରୋଧୀ କ୍ୟାମ୍ପରେ ଆଜି ସେମିତି କିଛି ହଲଚଲ ଦେଖିବାକୁ ମିଳିନଥିଲା । ତେବେ ଆସନ୍ତାକାଲି ପ୍ରଚାରର ଶେଷ ଦିନ ହୋଇଥିବାରୁ ଶେଷ ମୁହୂର୍ତ୍ତରେ ଭୋଟରଙ୍କ ମନ ଜିଣିବାକୁ ୩ ଦଳର ପ୍ରଚାର ଜମିବ ବୋଲି ଆଶା କରାଯାଉଛି ।

{"id":134739}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.