ଦୁବାଇର 5ଷ୍ଟାର ହୋଟେଲରେ ଭାରତୀୟ ଯୁବତୀଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର, କିଏ ସେମାନେ ଜାଣନ୍ତୁ
20/08/2019 at 8:10 PM

ଦୁବାଇ୨୦|୮: ଆମେ ଯାହାଙ୍କ କଥା କହିବାକୁ ଯାଉଛି ତାଙ୍କ ସଂପର୍କରେ ମାସେ ହେବ ଚର୍ଚ୍ଚା ହେଉଛି। ଭାରତୀୟ ଯୁବତୀ ସାମିଆ ଆର୍ଜୁଙ୍କୁ ବିବାହ କରିବାକୁ ଯାଉଛନ୍ତି ପାକିସ୍ତାନ କ୍ରିକେଟର ହସନ ଅଲୀ । ଉଭୟଙ୍କ ବାହାଘର ସଂପର୍କରେ ମିଡିଆରେ ପ୍ରଚାର ନ କରାଯାଉ ବୋଲି ହସନ ଚାହଁଥିଲେ। ହେଲେ ହସନ ଓ ସାମିଆ ଉଭୟଙ୍କ ବାହାଘର କଥା ଧୀରେ ଧୀରେ ଚାରିଆଡେ ଖେଳି ଗଲା। ଏହି କଥା ସମସ୍ତେ ଜାଣିବା ଆବଶ୍ୟକ ବୋଲି ସପ୍ତାହେ ତଳେ ହସନ ଅଲି ନିଜେ କହିଥିଲେ। ସେ କହିଥିଲେ ଯେ ଅଗଷ୍ଟ ୨୦ ତାରିଖ ଅର୍ଥାତ ଆଜି ସେ ସାମିଆଙ୍କୁ ଦୁବାଇରେ ସେ ବିବାହ କରିବେ ।

ଆଜି ହେଉଛି ଅଗଷ୍ଟ ୨୦ ତାରିଖ ଏବଂ ଦୁବାଇର ଫାଇଭ ଷ୍ଟାର ହୋଟେଲରେ ସେମାନେ ବିବାହ ହେବାକୁ ଯାଉଛନ୍ତି। ଉଭୟ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ। ସୂଚନାଯୋଗ୍ୟ ଯେ, ଫରିଦାବାଦରେ ସାମିଆଙ୍କ ଜନ୍ମ କିନ୍ତୁ ଦୁବାଇରେ ସେ ରହୁଥିଲେ। ବୃତ୍ତିରେ ସାମିଆ ଅର୍ଜୁ ଜଣେ ଇଞ୍ଜିନିର ଓ ଲଣ୍ଡନରେ ସେ ପାଠ ପଢ଼ୁଥିଲେ। ଦୁବାଇରେ ଉଭୟଙ୍କ ପରିବାର ପହଞ୍ଚି ସାରିଲେଣି । ‘ଦ ଆଟଲାଣ୍ଟିସ ଦ ପାମ୍ ଏଣ୍ଡ ରିସୋର୍ଟସ’ ଫାଇଭ ଷ୍ଟାର ହୋଟେଲରେ ଆଜି ଉଭୟଙ୍କ ବାହାଘର ହେବ।