ଆଜିଠୁ ଖୋଲିବ ୟୁନିଟ-୪ ମାର୍କେଟ୍

Published By : Prameya-News7 Bureau | July 31, 2020 IST

ଭୁବନେଶ୍ୱର ୩୧/୭: କରୋନା ପଜିଟିଭ୍‌ ଚିହ୍ନଟ ପରେ ବନ୍ଦ ରହିଥିବା ୟୁନିଟ୍‌-୪ ହାଟ ପୁଣି ଖୋଲିବ । ଜୁଲାଇ ମାସ ୩୧ ତାରିଖରୁ ହାଟ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇଛି । ହାଟ ବ୍ୟବସାୟ ସଂଘ ସବୁ ସରକାରୀ ନିୟମ ମାନିବା ସହ ସାମାଜିକ ଦୂରତ୍ୱ ରଖି ବ୍ୟବସାୟ କରିବେ । ନିଜେ ଦୋକାନୀ ଏ ସବୁ ପ୍ରତି ଧ୍ୟାନ ରଖିବାକୁ ବିଏମ୍‌ସିକୁ ଅଣ୍ଡରଟେକିଂ ଦେଇଛନ୍ତି ।

ସୂଚନା ମୁତାବିକ, ୟୁନିଟ୍‌-୪ ମାର୍କେଟ ଓ ଏହାକୁ ସଂଲଗ୍ନ ଥିବା ମାର୍କେଟରୁ ବହୁ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ ବିଏମ୍‌ସି ଗତ ୧୬ ତାରିଖରୁ ହାଟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲା । ଏହି ସମୟ ମଧ୍ୟରେ ମାର୍କେଟ ଅଞ୍ଚଳରୁ ବ୍ୟାପକ କୋଭିଡ୍‌ ପରୀକ୍ଷା କରାଯାଇଛି । ୟୁନିଟ୍‌-୪ ମାର୍କେଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅନେକ ହୋଲସେଲିଂ ଦୋକାନ ରହିଛି । ଏହା ଉପରେ ଅନେକ ଖୁଚୁରା ଦୋକାନୀ ନିର୍ଭର କରନ୍ତି । ୧୪ ଦିନ ପରେ ଏ ସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.