ଆଜି ଓଡିଆ ନୂଆବର୍ଷ ଓ ମହାବିଷୁବ ସଂକ୍ରାନ୍ତି : ବିଭିନ୍ନ ଜାଗାରେ ଦଣ୍ଡ ନାଚ ସହ ପଣା ସଂକ୍ରାନ୍ତି ପାଳନ କରୁଛନ୍ତି ଲୋକେ

Published By : Prameya-News7 Bureau | April 14, 2019 IST

ଭୁବନେଶ୍ବର ୧୪/୪: ଆଜି ମହାବିଷୁବ ପଣା ସଂକ୍ରାନ୍ତି ବା ଓଡ଼ିଆ ନୂଆବର୍ଷର ପ୍ରଥମ ଦିନ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ପ୍ରବେଶ କରୁଥିବାରୁ ଏହି ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଆଜି ଠାରୁ ଓଡ଼ିଶାରେ ନୂତନ ପଞ୍ଜିକା ପ୍ରଚ଼ଳନ ହୁଏ ।ଆଜି ଠାରୁ ସୂର୍ଯ୍ୟତାପ ଅଧିକ ହେବାରୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ, ଦେବାଳୟରେ ହେଉଥିବା ପୂଜାର୍ଚ୍ଚନାରେ ଭଜା ଗହମ ଓ ଅରୁଆ ଚାଉଳରୁ ପ୍ରସ୍ତୁତ “ଛତୁଆ ଭୋଗ ସହ “ପଣା” ଭୋଗ ମଧ୍ୟ କରାଯାଏ ।

{"id":103262,"width":591,"height":365}

ଓଡ଼ିଆମାନଙ୍କର ବାରମାସରେ ତେରପର୍ବ ପାଳନ ମଧ୍ୟରୁ ମହାବିଷୁବ ସଙ୍କ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ଭାବେ ପାଳିତ ହୋଇଥାଏ । ସୂର୍ଯ୍ୟଙ୍କୁ ପୂଜା କରିବା ପାଇଁ ଏହିଦିନ ଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉଁରାରେ ଠେକି ବସାଯାଇ ପାଣି ଢଳାଯାଇଥାଏ। ଏହି “ସଂକ୍ରାନ୍ତି କୁ “ସଂକ୍ରାନ୍ତି” ନାମରେ ମଧ୍ୟ ଜଣାଯାଇଥାଏ।

{"id":103263,"width":595,"height":446}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.