ଅନନ୍ତ ବ୍ରତ ପାଇଁ ବିଏମସିର କଟକଣା : ଭକ୍ତଙ୍କୁ ଭିତରକୁ ପ୍ରବେଶ ମନା, ବାହାରେ ଲାଗିଛି ଭିଡ

Published By : Prameya-News7 Bureau | September 19, 2021 IST

ଭୁବନେଶ୍ୱର ୧୯/୦୯: ଆଜି ଅନନ୍ତ ବ୍ରତ । ଏ ନେଇ ଅନନ୍ତ ବାସୁଦେବ ମନ୍ଦିର ବାହାରରେ ବ୍ରତଧାରୀଙ୍କ ଭିଡ଼ । କୋଭିଡ ଯୋଗୁଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ କଟକଣା ରହିଛି । ବିଏମସି ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି । ଆଜି ଅନନ୍ତ ବ୍ରତ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ବିଏମସି ଏହି ନୋଟିସ ଜାରିକରିଛି । ଏପଟେ ମନ୍ଦିରରେ ସେବାୟତକୁ କେବଳ ପ୍ରବେଶର ଅନୁମତି ମିଳିଛି ।

wp:gallery {"ids":[514043],"linkTo":"none"} /wp:gallery

ମନ୍ଦିରରେ ପ୍ରଭୁଙ୍କ ନୀତିକାନ୍ତି ଚାଲୁଥୁବାବେଳେ ବ୍ରତଧାରୀ ମନ୍ଦିର ବାହାରେ ଥୁବ ବ୍ୟାରିକେଡ୍ ସମୁଝରେ ଭିଡ଼ ଜମାଇଛନ୍ତି । ଅନେକ ବ୍ରତ ଧରି ବିନ୍ଦୁସାଗର କୂଳରେ ମଧ୍ୟ ପୂଜାକରିଥିବା ଦେଖିବାକୁ ମିଳିଛି । ଏହି ବ୍ରତଟି ୧୪ ବର୍ଷ ପର୍ଯ୍ୟନ୍ତ କାରାଯିବାର ପରମ୍ପରା ରହିଛି । ଓପାସ ରଖି ବ୍ରତଧାରୀ ନିଜ ପରିବାରର ମଙ୍ଗଳ କାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.