ଆଜି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ : ଇଷ୍ଟଦେବୀଙ୍କ ନିକଟରେ ଖିରି ପୀଠା ପୂଜା ପରେ ସାଙ୍ଗ ହୋଇ ନୂଆ ଖାଇବେ ପଶ୍ଚିମ ଓଡିଶାବାସୀ

Published By : Prameya-News7 Bureau | September 03, 2019 IST

ସୁନ୍ଦରଗଡ଼  ୩/୯: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛନ୍ତି । ନୂଆଁଖାଇ ପାଇଁ ପାହୁର ପହଞ୍ଚିବା ପରେ ଆଜି ସମସ୍ତ ମନ୍ଦିରରେ ଲାଗିହେବ ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ ।

{"id":152361}

ସକାଳ ୧୦ଟା ୫ ‍ରୁ ୧୦ଟା ୨୦ମିନିଟ୍‍ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ସରିଆ ଧାନରୁ ପ୍ରସ୍ତୁତ ଚୁଡା, ଖିରି, ପିଠା ଓ ସାରୁପତ୍ରରେ ପ୍ରସ୍ତୁତ ଶାଗଭଜା ଲାଗି କରାଯିବ । ଏହା ପରେ, ନିଜ ନିଜ ଇଷ୍ଟଦେବୀଙ୍କ ନିକଟରେ ନୂଆଁଧାନରୁ ପ୍ରସ୍ତୁତ ଖିରିପିଠା ଲାଗି ପରେ ପରିବାର ଲୋକ ଏକାଠି ବସି ନବାନ୍ନ ସେବନ କରିବେ । ନୂଆଖାଇ ପାଳନ ପାଇଁ ଦୂରଦୂରାନ୍ତରେ ରହୁଥିବା ପରିବାର ସ୍ୱଜନ ଗାଁକୁ ଫେରିଛନ୍ତି। ସେମାନଙ୍କ ଆଗମନରେ ଗାଁ ଓ ସହର ପୁରିଉଠିଛି। ଘରେ ଘରେ ପିଠା ପଣା ସାଙ୍ଗକୁ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି ।

{"id":152362}

ସମସ୍ତେ ନୂଆ ପୋଷାକ ପିନ୍ଧି ନୂଆଁ ଖାଇବେ ଆଉ ତାପରେ ଆରମ୍ଭ ହେବ ଜୁହାର ଭେଟ୍  ଆଉ ଭେଟ୍ ଘାଟ କାର୍ଯ୍ୟକ୍ରମ।  । ନୂଆଖାଇ ପାଇଁ ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, ନୂଆପଡା ସମେତ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନରେ ମଧ୍ୟ ଜୋର୍‍ଦାର ପ୍ରସ୍ତୁତି ହୋଇଛି ।

{"id":152363}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.