ଆଜି ଭଦ୍ରକ ଜିଲ୍ଲାରେ ନୂଆ ୧୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | August 14, 2020 IST

 ଭଦ୍ରକ୧୪/୮:  ଶୁକ୍ରବାର ଭଦ୍ରକ ଜିଲ୍ଲାରୁ ନୂଆ ୧୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରୁ  ୧୧୦ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ ଏବଂ ୮ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଳାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୨ ଜଣ ରହିଥିବା ବେଳେ ୮୭୬ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି। ଆକ୍ଟିଭ କେସ ରହିଛି ୪୨୧ ।

wp:core-embed/twitter {"url":"https://twitter.com/DM_Bhadrak/status/1294140814780592129?s=20","type":"rich","providerNameSlug":"twitter","className":""}
https://twitter.com/DM_Bhadrak/status/1294140814780592129?s=20
/wp:core-embed/twitter

ଭଦ୍ରକ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ରେ ପହଁଞ୍ଚିଛି। କେବଳ ଭଦ୍ରକ ଜିଲ୍ଲା ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଛି। ଏପରି କି ଆଉ କେତକ ଜିଲ୍ଳାରେ ମଧ୍ୟ ସଂକ୍ରମିତ ସଂଖ୍ୟା ମଧ୍ୟ କମିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.