Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କଟକ ମ୍ୟାଚର ବିଜୟୀ ହେବେ ସିରିଜ୍ ବିଜେତା- ଆଜି ଅଭ୍ୟାସ କାଲି ଲଢେଇ

21/12/2019 at 5:24 PM

ଭୁବନେଶ୍ୱର/କଟକ ୨୧।୧୨ – ଆସନ୍ତା କାଲି ବାରବାଟୀରେ ହେବ ଇଣ୍ଡିଆ-ଇଣ୍ଡିଜ ଲଢେଇ। ଏହି ମ୍ୟାଚରେ ନିର୍ଣ୍ଣୟ ହେବ କାହା ହାତକୁ ଯିବ ସିରିଜ। ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ବାରବାଟୀ ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର। ଏପଟେ ଆଜି ଏହି ବଡ ମ୍ୟାଚ ପୁର୍ବରୁ ଦୁଇ ଦଳ କରିଛନ୍ତି ନେଟସ ଅଭ୍ୟାସ। ପ୍ରଥମ ଦୁଇଟି ମ୍ୟାଚରେ ମାତ୍ର ୪ ରନ କରିଥିବା ବିରାଟ କୋହଲି ଆଜି ବେଶ ଅଧିକ ସମୟ ନେଟସରେ ବ୍ୟାଟିଂ କରିଥିଲେ। ଆସନ୍ତା କାଲିର ମ୍ୟାଚ ଜିତିଲେ ୨୦୧୪ ମସିହା ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିବା ସମସ୍ତ ୬ ଟି ଏକଦିବସୀୟ ସିରିଜରେ ଭାରତ ବିଜୟୀ ହେବ।

କାଲି ଲଢେଇ ଆଉ ଆଜି ଅଭ୍ୟାସ । ଭୁବନେଶ୍ବରରେ ଗୋଟିଏ ଦିନ ବିଶ୍ରାମ ପରେ ଦୁଇ ଦଳ ବାରବାଟୀରେ ନେଟସ ପ୍ରାକ୍ଟିସ କରିଛନ୍ତି। ସକାଳ ୯ଟାରେ ଟିମ୍ ଇନ ବ୍ଲୁ ପ୍ରଥମେ ପଡିଆକୁ ଓହ୍ଲାଇଥିଲେ। କିଛି ସମୟ ୱାର୍ମଅପ ପରେ କରିଥିଲେ ବ୍ୟାଟିଂ ବୋଲିଂର ଅଭ୍ୟାସ। ମ୍ୟାଚ ପୂର୍ବରୁ ଦର୍ଶକଙ୍କ ଗହଳି ଭିତରେ ହୋଇଥିଲା ନେଟସ ପ୍ରାକ୍ଟଡିସ୍। ଅଧିନାୟକ ବିରାଟ କୋହଲିଙ୍କୁ ଅଧିକ ସମୟ ନେଟ୍ସରେ ଦେଖିବାକୁ ମିଳିଥିଲା। ଚେନ୍ନାଇରେ ୪ ଓ ବିଶାଖାପାଟ୍ଟଣମ୍ରେ ଖାତା ଖୋଲିବା ଆଗରୁ ପ୍ୟାଭିଲିଆନ ଫେରିଥିଲେ ବିରାଟ। ଏଥର ବଡ ସ୍କୋର ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍। ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିବା ଭାରତ ଦ୍ବିତୀୟ ଏକଦିବସୀୟରେ ଚମତ୍କାର ପ୍ରଦର୍ଶନ କରିଥିଲା। ବାରବାଟୀ ମ୍ୟାଚରେ ମଧ୍ୟ ସେହି ମନୋବଳ ନେଇ ପଡିଆକୁ ଓହ୍ଲାଇବେ ମେନ ଇନ ବ୍ଲୁ।

ଅପରାହ୍ନରେ ନେଟସ ପାଇଁ ବାରବାଟୀ ଯାଇଥିଲେ ୱେଷ୍ଟଇଣ୍ଡିଜ ଖେଳାଳି। ୩ଟା ପରେ ଆରମ୍ଭ କରିଥିଲେ ପ୍ରାକ୍ଟିସ୍ । ଚଳିତ ସିରିଜରେ ଚମତ୍କାର ଫର୍ମରେ ରହିଛନ୍ତି ଇଣ୍ଡିଜ ଖେଳାଳି। ସିରିଜରେ ସାଇ ହୋପସ, ନିକୋଲାସ ପୁରନ୍, ସିମରନ ହେତମେୟାର, ଏଭିନ ଲୁଇସ ତାଙ୍କର ଜଲୱା ଦେଖାଉଛନ୍ତି । ସେହିପରି ଅଧିନାୟକ କିରନ ପୋଲାର୍ଡ ବାରବାଟୀରେ ବଡ ସ୍କୋର କରିବାକୁ ଚେଷ୍ଠା କରିବେ। ଏହି ମ୍ୟାଚରେ ବିଜୟୀ ହୋଇ ସିରିଜ ହାତେଇବାକୁ ଚାହିଁବ କାରବିଆନ ଟିମ୍।

ବାରବାଟୀର ରେକର୍ଡ ଭାରତ ସପକ୍ଷରେ ରହିଛି। ଏଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ଟି ମ୍ୟାଚ ଖେଳାଯାଇଛି। ୩ ଟି ଯାକ ମ୍ୟାଚରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ତେବେ ସିରିଜ୍ ର ଶେଷ ମ୍ୟାଚ୍ ଏବଂ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ଥିବାରୁ ସିରିଜ୍ ହାତେଇ ବାକୁ ସବୁ ବଳ କୌଶଲ ଲଗାଇଦେବେ ଉଭୟ ଟିମ୍ ।

   Related Posts