Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୧୬ ଲକ୍ଷ ଛାତ୍ରଛାତ୍ରୀ ଦେବେ ନିଟ୍-ୟୁଜି ପରୀକ୍ଷା, ମାସ୍କ ଓ ସାମାଜିକ ଦୂରତା ଗୁରୁତ୍ୱପୂର୍ଣ୍ଣ

12/09/2021 at 7:32 AM

ଭୁବନେଶ୍ୱର, ୧୨|୦୯: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ରବିବାର ନିଟ୍ -ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ପେନ୍ ଓ ପେପର ମୋଡ୍ ରେ ହେବ । ଦେଶରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୨୦୨ଟି ସହରର ୩୮୬୨ଟି କେନ୍ଦ୍ରରେ ପରୀକ୍ଷା ଦେବେ।

ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶାର ୧୬ଟି ସହରରେ ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଅନୁଗୁଳ ସମେତ ଭୁବନେଶ୍ବର, ବାଲେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା, ପୁରୀ ସହରରେ ୮୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ବରରେ ସର୍ବାଧିକ ୧୬ଟି କେନ୍ଦ୍ରରେ ୧୦ ହଜାର ୯୯୬ ଜଣ ପରୀକ୍ଷାର୍ଥୀ ଏଥିରେ ସାମିଲ ହେବେ। ପରୀକ୍ଷାର ସୁପରିଚାଳନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି।

ଏଥିସହ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ନିୟମାବଳି ଜାରି କରାଯାଇଛି। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ସମୟରେ ସାମାଜିକ ଦୂରତା ରକ୍ଷା ସହ ପରୀକ୍ଷା କେନ୍ଦ୍ରରେ ଉପଲବ୍ଧ ଏନ୍ ୯୫ ମାସ୍କକୁ ନିଶ୍ଚିତ ଭାବେ ବ୍ୟବହାର କରିବା, ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର, କାଶିବା ଓ ଛିଙ୍କିବା ସମୟରେ ନିଜ ମୁହଁ ଓ ନାକକୁ ଟିସ୍ୟୁ/ରୁମାଲ ଦ୍ବାରା ଘୋଡ଼ାଇବା, କୌଣସି ରୋଗର ଲକ୍ଷଣ ଥିଲେ ଯଥାଶୀଘ୍ର ରିପୋର୍ଟ କରିବାକୁ ପିଲାଙ୍କୁ ପରାମର୍ଶ ଦିଆଯାଇଛି।

   Related Posts