Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ସୁଶାନ୍ତ ମୃତ୍ୟୁ ମାମଲା: ପ୍ରଶ୍ନ ଚକ୍ରବ୍ୟୁହରେ ଫସିଥିବା ରିୟାଙ୍କୁ ଆଜି ପୁଣି ଏନସିବିର ଜେରା, ମୁଣ୍ଡ ଉପରେ ଝୁଲୁଛି ଗିରଫ ଖଣ୍ଡାଧାର

7/09/2020 at 10:50 AM

ମୁମ୍ବାଇ ୦୭/୦୯: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର କ୍ରମାଗତ ଜେରା ଓ ଗିରଫଦାରୀ ଜାରି ରହିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତୀଙ୍କୁ ଏନସିବି ଗତକାଲି ୬ ଘଂଟା ଜେରା କରିଥିଲା। ଆଜି ମଧ୍ୟ ପୁଣି ତାଙ୍କୁ ଜେରା ପାଇଁ ଡକାଯାଇଛି। କୁହାଯାଉଛି ପ୍ରଶ୍ନର ଲମ୍ବା ତାଲିକା ଏନସିବି ପାଖରେ ରହିଛି। ଯାହାର ଉତ୍ତର ଏବେ ସୁଦ୍ଧା ରିୟା ଠିକ୍ ଭାବେ ଦେଇ ନାହାନ୍ତି। ଏଇ କାରଣ ପାଇଁ ତାଙ୍କୁ କ୍ରମାଗତ ଜେରା ପାଇଁ ଡକାଯାଉଛି। ଅନ୍ୟପକ୍ଷେ  ସିବିଆଇ କୁପର ହସପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ମଧ୍ୟ ପଚରାଉଚରା ଚଲାଇଛି। ଆସନ୍ତୁ ଜାଣିବା ମାମଲାର ଏବେ ସୁଦ୍ଧା ଘଟଣାକ୍ରମ:

– ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ଅନୁଜ କେସବାନୀଙ୍କୁ ଡ୍ରଗ ପେଡଲିଙ୍ଗ୍ ଅଭିଯୋଗରେ ଗିରଫ କରିଛି। କାଇଜିନ୍ ଇବ୍ରାହିମଙ୍କୁ ଜେରା ବେଳେ ଅନୁଜଙ୍କ ନାଁ ସାମ୍ନାକୁ ଅାସିଥିଲା।

– ଜେରା ପାଇଁ ଆଜି ରିୟା ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ପହଞ୍ଚିଛନ୍ତି। ଆଜି ଏନିସିବି ଜେରାର ଦ୍ବିତୀୟ ଦିନ।

– ରିୟା ଗତକାଲି ଦିନ ୧୨ଟାରେ ପୋଲିସକର୍ମୀଙ୍କ ସହିତ ଏନସିବିରେ ପହଞ୍ଚିଥିଲେ। ଦୀର୍ଘ ୬ ଘଣ୍ଟା ତାଙ୍କୁ ଜେରା ଚାଲିଲା। ସେଠାରୁ ବାହାରିବା ପରେ ମଧ୍ୟ ପୋଲିସ୍ ତାଙ୍କ ସହ ଥିଲା।

– ଏନସିବି ଉପମହାନିର୍ଦେଶକ ଅଶୋକ ଜୈନ କହିଲେ ତାଙ୍କୁ ସୋମାବାର ଅର୍ଥାତ ଆଜି ମଧ୍ୟ ଜେରା ପାଇଁ ଡକାଯିବ।

– ଏଯାଏଁ କିଛି ତଥ୍ୟ ସାମ୍ନାକୁ ଆସି ନ ଥିଲେ ମଧ୍ୟ ରିୟା କହିଛନ୍ତି ସେ ମାଦକ ଦ୍ରବ୍ୟ ସେବନ ନିଜେ କରନ୍ତି ନାହିଁ ବରଂ ସୁଶାନ୍ତଙ୍କ ପାଇଁ ରଖନ୍ତି। ଏହାକୁ ଅାଧାର କରି ଏନସିବି ଗତକାଲି କୁପର ହସପିଟାଲରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ପଚରାଉଚରା କରିଛି।

ରବିବାରକୁ କ’ଣ ହେଲା:ଗତକାଲି ସକାଳେ ଶନିବାର ଦିନ ଗିରଫ ହୋଇଥିବା ସୁଶାନ୍ତଙ୍କ ଘରେ କାମ କରୁଥିବା ଦୀପେଶ ସାଓ୍ବନ୍ତଙ୍କୁ ସେପ୍ଟମ୍ବର ୯ ଯାଏଁ ଏନସିବି ହେପାଜତକୁ ପଠାଯାଇଛି। ତାଙ୍କୁ କାଲି ଏନସବି ଅଦାଲତରେ ହାଜତ କରାଇଥିଲା। ଅଦାତଲ ତାଙ୍କୁ ସେପ୍ଟଠମ୍ବର ୯ ଯାଏଁ ଏନସିବି ହେପାଜତକୁ ପଠାଇବା ନିର୍ଦେଶ ଦେଲେ।

ଏହା ସହ ଏ ମାମଲାରେ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରାଯାଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରିୟାଙ୍କ ଭାଇ ସୌଭିକ ଓ ସୁଶାନ୍ତ ଘର ପରିଚାଳକ ସାମୁଏଲ ମିରାଣ୍ଡାଙ୍କୁ ସେପ୍ଟେମ୍ବର ୩ରେ ଗିରଫ କରାଯାଇଛି।

ରିୟାଙ୍କ ଓକିଲ କ’ଣ କହିଲେ: ରିୟାଙ୍କ ଓକିଲ କହିଛନ୍ତି ସେ ନିର୍ଦେଶ । ଏ କାରଣ ଯୋଗୁ ସେ ଅଗ୍ରମୀ ଜାମିନ ପାଇଁ କୌଣସି ଅଦାଲତରେ ସମ୍ପର୍କ କରି ନାହାନ୍ତି। ରିୟା ଗିରଫ ପାଇଁ ପ୍ରସ୍ତୁତ ଅଛନ୍ତି। ଯଦି କାହାକୁ ପ୍ରେମ କରିବା ଅପରାଧ ତାହେଲେ ତାର ପରିଣାମ ସେ ଭୋଗିବେ।

ରିୟାଙ୍କ ବାପା ଇନ୍ଦ୍ରଜିତଙ୍କ ରାଗ: ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତୀ ପୁଅ ସୌଭିକ ଗିରଫ ହେବା ପରେ ରାଗିବା ସହ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘‘ବଧାଇ ହୋ ଇଣ୍ଡିଆ! ଆପଣ ମୋ ପୁଅକୁ ଗିରଫ କରି ନେଲେ। ମୋର ଦୃଢ଼ ବିଶ୍ବାସ ଆଗାମୀ ନମ୍ବର ମୋ ଝିଅର। ମାତ୍ର ଏକଥା ଜଣାନାହିଁ ଆଗାମୀ ନମ୍ବର କାହାର ଆସିବ। ଆପଣ ଗୋଟିଏ ମଧ୍ୟବିତ ପରିବାରକୁ ପ୍ରଭାବୀ ଢ଼ଙ୍ଗରେ ଛାରଖାର କରିଦେଲେ। ତେବେ ନ୍ୟାୟ ପାଇଁ ସବୁକିଛି ଠିକ୍। ଜୟ ହିନ୍ଦ!’’

ଉଲ୍ଲେଖନୀୟ ଯେ, ବିହାର ନିବାସୀ ୩୪ ବର୍ଷୀୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ। ସୁପ୍ରିମକୋର୍ଟ ନିଦ୍ଦେର୍ର୍ଶ କ୍ରମେ ଏହି ମାମଲାର ତଦନ୍ତ ସିବିଆଇକୁ ଦିଆଗଲା।

   Related Posts