SCB ମେଡିକାଲକୁ ବିଶ୍ବସ୍ତରୀୟ କରିବା ପ୍ରକ୍ରିୟା ଆରମ୍ଭ : ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
23/01/2020 at 8:46 AM

କଟକ ୨୩/୧: ଆଜି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ କରିବା ଲାଗି ପ୍ରସ୍ତୁତ ଯୋଜନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ। ଆଜି ସିସୋର ପଠାରେ ମୁଖ୍ୟମନ୍ତ୍ରୀ ଏସ.ସି.ବି ମେଡିକାଲ ଓ ସହରର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ନବୀନଙ୍କ ଗସ୍ତ ପୂର୍ବରୁ ୫ଟି ସଚିବ ଅନ୍ୟାନ ଅଧିକାରୀଙ୍କ ସହିତ ଯାଇ ସମୀକ୍ଷା କରିଥିଲେ । ଏସସିବିକୁ ବିଶ୍ବସ୍ତରୀୟ କରିବା ଲାଗି ୨୫ ଏକର ଜମି ରାଜ୍ୟ ସରକାର ଅଧିଗ୍ରହଣ କରିବେ। ସେହିପରି ବିକାଶ ପାଇଁ ୧୫ଶହ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ସରକାର । ଫେବ୍ରୁଆରି ୨୮ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇ ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ତିନି ଲେନ୍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ।