ଆଜି ମାଆଙ୍କ ଆଶୀର୍ବାଦ ପାଇଁ ଗାନ୍ଧିନଗର ଯିବେ ନରେନ୍ଦ୍ର ମୋଦି : ସଂଧ୍ୟାରେ ଅହମ୍ମଦାବାଦରେ ସାଧାରଣ ସଭା
26/05/2019 at 9:56 AM

ନୂଆଦିଲ୍ଲୀ ୨୬/୫: ଗତକାଲି ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବା ପରେ ଆଜି ଗୁଜରାଟ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂଧ୍ୟା ୫ଟାରେ ଅହମ୍ମଦାବାଦ ଏୟାରପୋର୍ଟରେ ପହଞ୍ଚିବା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହା ପରେ ଉଭୟ ମୋଦି ଓ ଅମିତ ଶାହା ଦଳୀୟ କାର୍ଯ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ରହିଛି । ଲଗାତାର ଦ୍ବିତୀୟ ବିଜୟ ପରେ ଏହା ହେବ ମୋଦି ଓ ଶାହାଙ୍କର ପ୍ରଥମ ଗୁଜରାଟ ଗସ୍ତ ।
ତେଣୁ ଉଭୟଙ୍କ ସ୍ବାଗତ ପାଇଁ ଦଳୀୟ କାର୍ଯ୍ୟାଳୟରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।ଏହା ପରେ ମୋଦି ଜେ.ପି. ଚୌକରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ପରେ ଗାନ୍ଧିନଗର ଯାଇ ମାଆ ହୀରାବେନ ପଟେଲଙ୍କ ଆଶୀର୍ବାଦ ନେବେ ମୋଦି । ଆସନ୍ତାକାଲି ବାରଣାସୀ ଯାଇ ଭୋଟରଙ୍କୁ ଧନ୍ଯବାଦ ଜ୍ଞାପନ କରିବେ ମୋଦି ।