Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୁରତୀ, ଦିନକ ପରେ ରଥାରୁଢ ହେବେ ଶ୍ରୀଜୀଉ

10/07/2021 at 7:54 AM

ପୁରୀ ୧୦/୦୭: ଅଣସର ଗୁପ୍ତ ସେବା ପରେ ନବଯୌବନ ପାଇଛନ୍ତି ଶ୍ରୀବିଗ୍ରହ । ଶୁକ୍ରବାର ବିନା ଭକ୍ତରେ ବଡ଼ଦେଉଳରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତି ସମ୍ପନ୍ନ ହୋଇଛି । ୧୧ ତାରିଖରେ ରଥକୁ ଆଜ୍ଞାମାଳ ବିଜେ କରାଯିବ । ୧୨ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ଶ୍ରୀଜିଉ ।

କୋଭିଡ୍‌ ସଂକ୍ରମଣ ଆଶଙ୍କାରେ ଶ୍ରୀମନ୍ଦିରରେ ଭକ୍ତ ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରିଛି । ଏହି କାରଣରୁ ପ୍ରଭୁଙ୍କ ନବଯୌବନ ଦର୍ଶନରୁ ଭକ୍ତମାନେ ଦୂରେଇ ରହିଛନ୍ତି । ଭକ୍ତ ନଥିବାରୁ ନବଯୌବନ ପ୍ରାପ୍ତି ପରେ ବି ମହାପ୍ରଭୁଙ୍କ ଶ୍ରୀମୁଖରେ ଉଲ୍ଲାସର ଚିହ୍ନ ଦେଖିବାକୁ ମିଳି ନଥିଲା । ଶୁକ୍ରବାର ଅଣସର ତାଟି ଫିଟିବା ପରେ ପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ ସେବାୟତ ।

ଭକ୍ତଙ୍କୁ ନ ଦେଖି ପ୍ରଭୁଙ୍କ ଶ୍ରୀମୁଖରୁ ଉଲ୍ଲାସର ଆଭା ଦେଖିବାକୁ ମିଳି ନ ଥିଲା । ପ୍ରଭୁଙ୍କ ଅଧରରେ ହସର ଲହରୀ ଖେଳୁ ନଥିଲା । ଭକ୍ତ ଆଉ ଭଗବାନଙ୍କ ମିଳନ ହୋଇପାରି ନଥିଲା । ଏହି କାରଣରୁ ସିଙ୍ଗାର ସତ୍ତ୍ୱେ ଶ୍ରୀମୁଖ ମଳିନ ଦେଖାଯାଉଥିଲା । ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତମାନେ କହିଥିଲେ କୋଭିଡ୍‌ ପୂର୍ବବର୍ଷ ମାନଙ୍କରେ ଶ୍ରୀମୁଖ ସିଙ୍ଗାର ପରେ ଶ୍ରୀବିଗ୍ରହଙ୍କ ଶୋଭା ଝଲସି ଉଠୁଥିଲା ।

ଭକ୍ତ ବିନୋଦିଆ ଜଗା ଚଳିତ ବର୍ଷ ବି ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ନବଯୌବନ ଦର୍ଶନ ପର୍ବରେ ବଡ଼ଦେଉଳରେ ସାହାଣ ମେଲା ଦର୍ଶନ ହେଉଥିଲା । ଚଳିତ ବର୍ଷ କଟକଣା ଯୋଗୁ ଭକ୍ତମାନେ ପ୍ରଭୁଙ୍କ ନବଯୌବନ କରି ପାରିନାହାନ୍ତି । ଶ୍ରୀମୁଖ ସିଙ୍ଗାର ପରେ ସୁଦର୍ଶନ ଦେବଙ୍କ ବୁଣାଟ, ଚକା ଅପସର, ମଙ୍ଗଳ ଆଳତି, ମଇଲମ, ଅବକାଶ ସରି ଅବତାର ଦିଅଁଙ୍କ ଆଳତି ସରି ଦକ୍ଷିଣି ଘରକୁ ବାହୁଡ଼ା ବିଜେ ହୋଇଥିଲେ ।

ପଟିଦିଅଁଙ୍କ ବାହୁଡ଼ା ବିଜେ ପରେ ପାଣି ପଡ଼ି ଧୁଆଧୁଇ ଏବଂ ଚୂନ ପାଣି ପଡ଼ି ସେବାୟତମାନେ ପ୍ରଭୁଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ଧୂଆଧୁଇ ହୋଇ ଚୂନ ପଡ଼ିବା ପରେ ଦଇତାପତି ସର୍ବାଙ୍ଗ, ବନ୍ଦାପନା ବଢ଼ାନୀତି ବଢ଼ାଇଥିଲେ । ପରେ ଶ୍ରୀବିଗ୍ରହଙ୍କ ନେତ୍ରୋତ୍ସବ ବନ୍ଦାପନା ନୀତି ହୋଇଥିଲା । ନେତ୍ରୋତ୍ସବ ବଢ଼ି ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା ।

ବଡ଼ଦେଉଳରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ବଢ଼ିବା ବେଳକୁ ନୀତି ବିଳମ୍ବ ସୁଧୁରି ନଥିଲା । ଏହା ପରେ ବେଶ ଶେଷ, ଗୋପାଳ ବଲ୍ଲଭ, ଘଣ୍ଟଛତା ସକାଳ ଧୂପ, ଭୋଗ ମଣ୍ଡପ, ମଇଲମ, ମଧ୍ୟାହ୍ନ ଧୂପ, ଦକ୍ଷିଣି ଘର ଭୋଗ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ, ମଇଲମ, ଚନ୍ଦନ ଲାଗି, ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ବଢ଼ି ପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହେବାବେଳକୁ ମଧ୍ୟରାତ୍ରି ଅତିକ୍ରମ କରିଥିଲା ।

   Related Posts