Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ୨ୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭ୍ୟାକ୍‌ସିନ୍‌‌
  • ||
  • ଦେଶରେ କରୋନା ସଂକ୍ରମଣ ହ୍ରାସ ପରେ ପୁଣି ବୃଦ୍ଧି, ଗତ ୨୪ଘଣ୍ଟାରେ ୧୫,୨୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର
  • ||
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||

ଆଜି ମୋଦି ସରକାରଙ୍କ ଅଗ୍ନି ପରୀକ୍ଷା

20/07/2018 at 5:32 AM

ଆଜି ମୋଦି ସରକାରଙ୍କ ଅଗ୍ନି ପରୀକ୍ଷା | ମୋଦି ସରକାରଙ୍କ ୪ ବର୍ଷର ଶାସନ କାଳରେ ପ୍ରଥମଥର ପାଇଁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ | ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ କଂଗ୍ରେସ ସମର୍ଥନ ଜଣାଇଛି | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସଭାରେ ନିଜ ଦଳର ପକ୍ଷ ରଖିବେ | ଏନ୍ଡ଼ିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କରିବ ନା ବିରୋଧ କରିବ ସେନେଇ ଏଯାଏ ଦଳ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ | ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସମସ୍ତଙ୍କୁ ଝୁଲାଇ ରଖିଛନ୍ତି | ଆଜି ଗୃହରେ ଆଲୋଚନା ବେଳେ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି | ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ପାଇଁ ବିଜେପିକୁ ୩ ଘଣ୍ଟା ୩୩ମିନିଟର ସମୟ ଦିଆଯାଇଥିବା ବେଳେ କଂଗ୍ରେସକୁ ୩୮ ମିନିଟର ସମୟ ଦିଆଯାଇଛି | ଏହି ଅଳ୍ପ ସମୟ ମଧ୍ୟରେ ସରକାରଙ୍କ ମୁଖା ଖୋଲିବାକୁ କଂଗ୍ରେସ ରଣନୀତିର ଲକ୍ଷ | ଅନାସ୍ଥା ପ୍ରସ୍ତାବ ପାଇଁ ଗୃହରେ ପ୍ରଶ୍ନ କାଳ ହେବନାହିଁ କି ଲଞ୍ଚ ବ୍ରେକ ମଧ୍ୟ ହେବନାହିଁ | କୌଣସି ବିଲ ମଧ୍ୟ ଆଗତ ହେବନାହିଁ | ଗୃହ କାର୍ଯ୍ୟ ସକାଳ ୧୧ ଟା ରୁ ଆରମ୍ଭ ହେବ |

   Related Posts