Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

IPL 2020 : ସାର୍‌ଜାହାରେ ହେବ ରନ୍‌ ବର୍ଷା, ଆଜି ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା

4/10/2020 at 12:13 PM

ଦୁବାଇ ୦୪।୧୦: ଆଇପିଏଲ୍‌ର ୧୩ତମ ସିଜିନ୍‌ର ୧୭ତମ ମ୍ୟାଚ୍‌ ରବିବାର ଦିନ ସାର୍‌ଜାହାରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ହେବ ମୁକାବିଲା । ସାର୍‌ଜାହାର ଷ୍ଟାଡିୟମ ଛୋଟ ହୋଇଥିବାର ଏଠାରେ ହାଇସ୍କୋରିଂ ଗେମ୍‌ ହେବାର ଆଶା କରାଯାଉଛି । ଶନିବାର ଦିନ ଏଠାରେ ଖେଳାଯାଇଥିବା ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତ ନାଇଟ ରାଇଡର୍ସ ମଧ୍ୟରେ ଦେଖିବାକୁ ମିଳିଥିଲା । ଉଭୟ ଟିମ୍ କ୍ରମଶଃ  ୨୨୮/ ୪ ଓ ୨୧୦/୮ କରିଥିଲେ । ପୂର୍ବ ମ୍ୟାଚ୍‌ଗୁଡିକର ରନ୍‌ ଦେଖି ଆଜି ମ୍ୟାଚ୍‌ରେ ଏକ ହାଇସ୍କୋରିଂ ଗେମ୍‌ ହେବ ବୋଲି ଅନୁମାନ କରାଯାଉଛି । ଭାରତୀୟ ସମୟ ଅନୁସାରେ ଦ୍ୱିପହର ୩.୩୦ରେ ଖେଳାଯିବ ଏହି ମ୍ୟାଚ୍‌ ।  

ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ଙ୍କ ପାଇଁ ଚଳିତ ଆଇପିଏଲ୍‌ ସିଜିନ୍‌ ଖୁବ୍‌ ଭଲ ରହିଛି । ଉଭୟ ଟିମ୍‌ ନିଜ ନିଜ ୪ଟି ମୁକାବିଲା ଖେଳି ୨ଟି ମ୍ୟାଚ୍‌ରେ ବିଜୟୀ ହୋଇ ଅଙ୍କ ତାଲିକାରେ କ୍ରମଶଃ- ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ବିସ୍ଫୋରକ ବ୍ୟାଟିଂ କ୍ରମ ଓ ଶେଷ ଓଭରରେ ଭଲ ବୋଲିଂ କରୁଥିବାରୁ ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ମୁମ୍ବାଇ ଇଣ୍ଡିଆନ୍ସ ଭାରି ପଡୁଥିବା ଅନୁମାନ କରାଯାଉଛି । ସେହିପରି ହାଇଦ୍ରାବାଦ ଟିମ୍‌ ମୁଖ୍ୟ ବୋଲର ଭୁବନେଶ୍ୱର କୁମାରଙ୍କ ଆଘାତ ଲାଗିଛି । ଆଗାମୀ ମ୍ୟାଚ୍‌ ଖେଳିବା ନେଇ ସନ୍ଦେହ ରହିଛି । ଭୁବନେଶ୍ୱର କୁମାର ଚେନ୍ନାଇ ସୁପର କିଙ୍ଗସ ବିରୋଧରେ ଶୁକ୍ରବାର ଦିନ ଖେଳାଯାଉଥିବା ମ୍ୟାଚ୍‌ର ୧୯ତମ ଓଭର ବୋଲି କରିବା ସମୟରେ ଆଘାତ ଲାଗିଥିଲା । ଭୁବନେଶ୍ୱରଙ୍କ ମାଂସପେଶୀଙ୍କ କିଛି ସମସ୍ୟା ରହିଥିଲା, ଯାହାପରେ କି ସେ ବୋଲିଂ କରିପାରିନଥିଲେ । ଶେଷରେ ତାଙ୍କୁ ପଡିଆ ବାହାରକୁ ଯିବାକୁ ପଡିଥିଲା ।

ତେବେ ଚାରୋଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ ଜିତିଛି ମୁମ୍ବାଇ ଇଣ୍ଡିଆନ୍ସ । ହାଇଦ୍ରାବାଦର ଅନୁଭବି ବୋଲରଙ୍କ ଅନୁପସ୍ଥିତିକୁ ନଜର ରଖି , ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ ମୁମ୍ବାଇ ଟିମ୍‌ । ସାର୍‌ଜାହାର ଷ୍ଟାଡିୟମ ଛୋଟ ହୋଇଥିବାରୁ ଆଜିର ମ୍ୟାଚ୍‌ରେ ବଡ଼଼ ବଡ଼ ସଟ୍‌ ଦେଖିବାକୁ ମିଳିବ ।ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ୪ଟି ମ୍ୟାଚ୍‌ରେ ୧୭୦ରନ୍‌ ସଂଗ୍ରହ କରିଛନ୍ତି । ରୋହିତ ଭଲ୍‌ ଫର୍ମରେ ଥିବା ଦେଖାଯାଇଛି । ତେଣୁ ଆଜିର ମ୍ୟାଚ୍‌ରେ ରୋହିତ ବଡ଼ ସ୍କୋର କରିବା ପାଇଁ କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ଟିମ୍‌ର ସଦସ୍ୟ ଇଷାନ୍‌ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା ଓ କିରନ ପୋଲାର୍ଡ ମଧ୍ୟ ଭଲ ଫର୍ମରେ ଅଛନ୍ତି ।

ସେହିପରି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ଟି ମୁକାବିଲା (୨୦୧୩-୨୦୧୯) ହୋଇଛି । ମୁମ୍ବାଇ ୬ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ସନ୍‌ରାଇଜର୍ସ ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଛି । ୨୦୧୯ରେ ଗୋଟିଏ ମ୍ୟାଚ୍‌ ଟାଇ ହୋଇଥିଲା, ଏହାପରେ ସୁପର ଓଭରରେ ମୁମ୍ବାଇ ବିଜୟୀ ହୋଇଥିଲା । କହିବାକୁ ଗଲେ ୨ଟି ଟିମ୍‌ଙ୍କ ମଧ୍ୟରେ ବିଜୟୀ ୭-୭ରେ ରହିଛି ।

ସମ୍ଭାବ୍ୟ ଏକାଦଶ

ମୁମ୍ବାଇ: କ୍ୱିଣ୍ଟନ ଡି’କ୍‌, ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଈଶାନ କିଷନ୍‌, କିରେନ୍‌ ପୋଲାର୍ଡ଼, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ଜେମ୍ସ ପାଟିନସନ୍‌, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସ୍‌ପ୍ରୀତ୍‌ ବୁମ୍‌ରା ।

ସନରାଇଜର୍ସ: ଡେଭିଡ୍‌ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, କେନ୍‌ ୱିଲାମସନ୍‌, ପ୍ରିୟମ ଗର୍ଗ, ଅଭିଷେକ ଶର୍ମା, ଅବଦୁଲ୍‌ ସାମଦ, ରସିଦ୍‌ ଖାନ୍‌, ବାସିଲ୍‌ ଥାମ୍ପି/ଭୁବନେଶ୍ୱର କୁମାର, ଟି. ନଟରାଜନ, ଖଲିଲ୍‌ ଅହମ୍ମଦ ।

   Related Posts