ମଣ୍ଡପରେ ମହାମାୟାଙ୍କ ନବମୀ , ପୀଠେ ଦଶମୀ : ଘଣ୍ଟା, ଶଙ୍ଖ ଓ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ

Published By : Prameya-News7 Bureau | October 07, 2019 IST

କଟକ ୭/୧୦: ଆଜି ମହାମାୟାଙ୍କ ମହାନବମୀ  । ଘଣ୍ଟ ଘଣ୍ଟା, ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ହୋମ ଯଜ୍ଞ, ଚଣ୍ଡୀପାଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆକର୍ଷଣୀୟ ତୋରଣ ସାଙ୍ଗକୁ ଚିତ୍ତାକର୍ଷଣ ମେଢ଼ରେ ଝଲସୁଛି ପୂଜା ପେଣ୍ଡାଲ । ପୂଜା ମଣ୍ଡପ ଗୁଡିକରେ ଜମୁଛି ନାହିଁନଥିବା ଭିଡ଼ । ମଣ୍ଡପରେ ମହାମାୟାଙ୍କ ମହାନବମୀ ପୂଜା ଚାଲିଥିବା ବେଳେ ଶକ୍ତି ପୀଠଗୁଡିକରେ ଦଶମୀ ପାଳନ କରାଯାଇଛି ।…

{"id":167359}

ମଣ୍ଡପରେ ମହାମାୟାଙ୍କ ନବମୀ , ପୀଠେ ଦଶମୀ । ସାରା ରାଜ୍ୟରେ ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କ ମହାନବମୀ ମହା ଆଡ଼ମ୍ବରରେ ବିଭିନ୍ନ ପୂଜା ମଣ୍ଡପରେ ପାଳିତ ହେଉଛି । ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ । ଘଣ୍ଟ ଘଣ୍ଟା, ଶଙ୍ଖ ଓ ଧ୍ବନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।

{"id":167361}

ସକାଳୁ ରାଜଧାନୀ ଭୁବନେଶ୍ବର ସମେତ କଟକର ବିଭିନ୍ନ ପୂଜାମଣ୍ଡପରେ ଲୋକଙ୍କର ଭିଡ ଦେଖିବାକୁ ମିଳିଥିଲା ।ମହାନବମୀ ସହ ଯୋଡି ରହିଛି ଅନେକ ପ୍ରଚୀନ ପରମ୍ପାର । ଏହି ପରମ୍ପରା ଅନୁସାରେ କଟକ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ନବଦେବୀଙ୍କର ପୂଜା ବା କୁମାରୀ ପୂଜା ପରମ୍ପରା ରହିଛି । ମହାନବମୀ ତୀଥିରେ ନଅ ଜଣ ଝିଅଙ୍କୁ ନବ ମାତୃକାର ଆଖ୍ୟା ଦେଇ ପୂଜା କରାଯାଇଛି । ଧାକ୍ ବାଜାର ତାଳେ ତାଳେ ପବିତ୍ର ଶଙ୍ଖ ଧ୍ବନିରେ ହରିପୁର ବାସିନ୍ଦା କୁମାରୀ ପୂଜା କରି ମାତୃଶକ୍ତିକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ।

{"id":167360}

ପୂଜା ମଣ୍ଡପରେ ମହାନବମୀ ପାଳିତ ହେଉଥିବା ବେଳେ ଦେବୀ ପୀଠ ଗୁଡିକରେ ଦଶହରା ବା ମହାଦଶମୀ ପାଳନ କରାଯାଇଛି । ଷୋଡ଼ଶ ଦିନାତ୍ମକ ପୂଜା କାଳରେ ଦେବୀ ପୀଠରେ ମା ରାଜରାଜେଶ୍ବରୀ, ସିଂହବାହିନୀ, ହରଚଣ୍ଡୀ, ମହାଲକ୍ଷ୍ମୀ, ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଇଛନ୍ତି । ଏଥିପାଇଁ ବିଭିନ୍ନ ଦେବୀ ପୀଠଗୁଡିକରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଧୂପ, ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ ଶ୍ରଦ୍ଧାଳୁ । ସେହିପରି ଦେବୀ ପୀଠ ଗୁଡିକରେ ଆଜି ଆମିଷ ପୂଜା ବି କରାଯାଇଛି । ପୀଠଗଡିକରେ ଦେବୀଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳି ବୋଲି ପ୍ରଗାଢ ବିଶ୍ବାସ ରହିଛି ।  

{"id":167362}

ମହାନବମୀରେ ଲୋକେ ପରିବାର ସହ ପୂଜା ପେଣ୍ଡାଲ ବୁଲିବା ସହ ପାଖରେ ପଡିଥିବା ମୀନା ବଜାର ବୁଲି ବିଭିନ୍ନ ସୁଶ୍ବାଦୁ ଖାଦ୍ୟ ଓ କିଣାକିଣିର ମଜା ନେଉଛନ୍ତି । ତେବେ ଆଜି ଅପରାହ୍ନରେ କଟକ ଓ ଭୁବନେଶ୍ବରରେ ବର୍ଷା ହୋଇଥିବାରୁ ପୂଜା ବୁଲା କିଛି ଫିକା ପଡିଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ମଣ୍ଡପରେ ଦଶମୀ ପାଳନ ସହ ରାବଣ ପୋଡି ଉତ୍ସବ ପାଳନ କରାଯିବ । ଏଥିପାଇଁ ଟୁଇନ୍‌ ସିଟିରେ ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିଛନ୍ତି ପୋଲିସ କମିଶନର ।

{"id":167363,"width":584,"height":434}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.