Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଆଜି ପୀଠରେ ପାଳିତ ହୋଇଛି ମହାସପ୍ତମୀ, ମଣ୍ଡପରେ ଆଜି ମହା ଷଷ୍ଠୀ

4/10/2019 at 5:43 PM

ଭୁବନେଶ୍ୱର ୦୪।୧୦ -ପାର୍ବଣର ପରଶରେ ପୁଲକିତ ହୋଇ ଉଠିଛି ଧରାପୃଷ୍ଠ। ଜଗତଜନନୀ ମାଆଙ୍କ ଆଗମନ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି । ଆଜି ପୀଠରେ ପାଳିତ ହୋଇଛି ମହାସପ୍ତମୀ ।  ବିଭିନ୍ନ ପୀଠରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଇଛନ୍ତି ଜଗତଜନନୀ ମାଆ । ମଣ୍ଡପରେ ଆଜି ମହାଷଷ୍ଠୀ । ବିଲ୍ବବରଣ ପରେ ଆବିର୍ଭାବ ହେବେ ଦେବୀ ଦୁର୍ଗା, ଦଶଭୂଜା । …

ଶକ୍ତି ପୀଠରେ ଚାଲିଛି ମାଆଙ୍କ ସପ୍ତମୀ ପୂଜା । ବିଭିନ୍ନ ବେଶରେ ସଜିତ ହୋଇ ପୂଜା ପାଉଛନ୍ତି ମାଆ । ଏ ଦୃଶ୍ୟ କୋଣାର୍କ ନିକଟ ରାମଚଣ୍ଡୀ ପୀଠର । ସିଂହବାହିନୀ ବେଶରେ ଆଜି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ମା ରାମଚଣ୍ଡି । ଖେଚେଡି, ଦହି ପଖାଳ, ଏଣ୍ଡୁରି ପିଠା, ଖିରି ସହ ମାଛ ପୋଡା ବଳି ଭୋଗ ଲାଗି ହୋଇଥିଲା ମା’ଙ୍କ ନିକଟରେ । କାକଟପୁରର ମା’ ମଙ୍ଗଳାଙ୍କ ପୀଠରେ ପାଳିତ ହୋଇଛି ସପ୍ତମୀ ପୂଜା । ସଂହବାହିନୀ ବେଶରେ ଦର୍ଶନ ଦେଇଛନ୍ତି ମା ମଙ୍ଗଳା । ଏ ଦୃଶ୍ୟ ଥିଲା ମା କଟକ ଚଣ୍ଡୀଙ୍କ ପୀଠର । ସପ୍ତମୀ ପୂଜା ଲାଗି ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା । ମାଆଙ୍କ ନିକଟରେ ଖାତା ପୂଜା କରି ଆଶିଷ ଭିକ୍ଷା କରିଛି କଟକ ପୋଲିସ । ବାରବାଟୀ ଦୁର୍ଗରେ ଥବା ମା ଗଡଚଣ୍ଡୀ ଆଜି ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଇଛନ୍ତି ।

ସପ୍ତମୀ ପାଇଁ ବିମଳାଙ୍କ ସହ ଶ୍ରୀମନ୍ଦିର ପରିସରରେ ଥିବା ବିଭିନ୍ନ ଶକ୍ତିପୀଠରେ ଷୋଡ଼ଷ ଉପଚାରରେ ପୂଜା ବିଧି ସହ ଚଣ୍ଡୀପାଠ ଓ ହୋମଯଜ୍ଞ ହୋଇଛି । ପୁରୀର କାକୁଡ଼ି ଖାଇ, ଦକ୍ଷିଣକାଳୀ, ଅଲାମଚଣ୍ଡୀ, ବିଶେଶ୍ବରୀ, ମରଚିକାଇ ଠାକୁାରାଣୀଙ୍କ ପୀଠରେ ମହା ସପ୍ତମୀ ପୂଜା ହୋଇଛି। ଭୁବନେଶ୍ବରର ବନଦୁର୍ଗା ଓ ଗିରିଦୁର୍ଗା ମନ୍ଦିରରେ ବି ଗହଳି ଦେଖିବାକୁ ମିଳିଥିଲା । ବଡସିଂହାର ବେଶରେ ଦର୍ଶନ ଦେଇଥିଲେ ଗରିଦୁର୍ଗା । ଏ ଦୃଶ୍ୟ ଥିଲା ଗଜପତି ପାରଳାଖେମୁଣ୍ଡିର ଦଣ୍ଡମା ଠାକୁରାଣୀଙ୍କ ପୀଠର । ପୀଠର ସ୍ବତନ୍ତ୍ରତା ହେଉଛି ବର୍ଷ ସାରା ଏହି ମନ୍ଦିର ବନ୍ଦ ରହେ । ମୁଳାଷ୍ଟମୀ ତିଥିରେ ପୀଠ ଖୋଲାଯାଇ ୧୬ ଦିନ ଧରି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । ଶନିବାର କଳାହାଣ୍ଡିର ପ୍ରସିଦ୍ଧ ମା ମାଣିକେଶ୍ବରୀଙ୍କ ପୀଠରେ ମହାଷ୍ଟମୀ ପାଳନ ସହ ଅଷ୍ଟବଳୀ ଆଦି ରୀତିନୀତି ଅନୁଯାୟୀ ପାଳନ ହେବ । ଛତର ଯାତ୍ରା ପାଇଁ ଏଠି ଚାଲିଛି ପ୍ରସ୍ତୁତି ।

ପୀଠରେ ସପ୍ତମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଆଜି ଷଷ୍ଠୀ । ବିଲ୍ବବରଣ ନୀତି ପରେ ଶନିବାର ନବପତ୍ରିକା ପ୍ରବେଶ ସହ ମୃଣ୍ମୟୀ ପୀଠରେ ଆରମ୍ଭ ହେବ ଶାରଦୀୟ ପର୍ବ । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମାଆ । ନୂଆ ରଙ୍ଗ, ରୂପରେ ସଜେଇ ହୋଇଛି ସମସ୍ତ ପୂଜାମଣ୍ଡପ। ଆକର୍ଷଣୀୟ ତୋରଣ ନିର୍ମାଣ ଶେଷ ହୋଇଛି। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶିଳ୍ପୀ ଶେଷ ସ୍ପର୍ଶ ଦେଇସାରିଛନ୍ତି । ମନଲୋଭା କାରୁକାର୍ଯ୍ୟ ଓ ଶିଳ୍ପୀର କଳା ଚାତୁରୀରେ ସମସ୍ତ ପୂଜା ମଣ୍ଡପ ଝଲସି ଉଠୁଛି। । କଟକ, ଭୁବନେଶ୍ବର, ପୁରୀ, ରାଉରକେଲା, ସମ୍ବଲପୁରର ସମେତ ରାଜ୍ୟର ସ୍ଥାନରେ ହୋଇଥିବା ପୂଜା ମଣ୍ଡପରେ ଚାଲିଛି ଜୋରଦାର ଆୟୋଜନ ହୋଇଛି ।  

   Related Posts