ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ ତମ ଜୟନ୍ତୀ

Published By : Prameya-News7 Bureau | April 28, 2019 IST

କଟକ ୨୮/୪: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ ତମ ଜୟନ୍ତୀ । ସେ ୧୮୪୮ ମସିହା ଏପ୍ରିଲ ୨୮ ତାରିଖ କଟକ ଜିଲ୍ଲାର ସତ୍ୟଭାମାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଓଡିଆ ସ୍ବାଭିମାନର ପ୍ରତୀକ । ଓଡିଆ ଜାତି ଆଉ ଭାଷାର ସୁରକ୍ଷା ପାଇଁ ସମର୍ପିତ ପ୍ରାଣ । ଉତ୍କଳ ପ୍ରଦେଶ ଗଠନର ସେ ଥିଲେ ଅନ୍ୟତମ ପ୍ରମୁଖ ବିନ୍ଧାଣୀ । ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରଥମ ଓଡ଼ିଆ ଓକିଲ ଭାବେ ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ ଭାବେ ସୁପରିଚିତ।

{"id":108237,"width":597,"height":502}

୧୮୭୦ ମସିହାରେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ଭାବେ ବି.ଏ. ପାସ୍ କଲେ ୧୮୭୩ ମସିହାରେ ଏମ.ଏ. ଓ ବି.ଏଲ୍. ପାସ୍ କରି କିଛି ବର୍ଷ ପାଇଁ କଲିକତା ଉଚ୍ଚ ନ୍ୟାୟାଳୟରେ ଓଡ଼ିଆ ଅନୁବାଦକ ଭାବେ କାର୍ଯ୍ୟକରି ଥିଲେ । ମଧୁବାବୁ କଲିକତାର ଆଲିପୁର କୋର୍ଟରେ ତାଙ୍କର ଓକିଲାତି ଜୀବନ ଆରମ୍ଭ କରିଥିଲେ । କଲିକତାରେ ସେ ଥିଲେ ପ୍ରଥମ ଓଡ଼ିଆ ଓକିଲ ।

{"id":108234,"width":594,"height":839}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.