Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆଜି କାର୍ତ୍ତିକ ଶେଷ ସୋମବାର : ବାବା ଧବଳେଶ୍ବରଙ୍କୁ ଲାଗି ହେଲା ଗଜଭୋଗ ଓ ତରଣ

11/11/2019 at 9:16 AM

କଟକ ୧୧/୧୧: ଶେଷରେ ସେହି ପ୍ରତୀକ୍ଷିତ ମୁହୁର୍ତ୍ତ ଆସିଲା। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗି ହେଲା ବାବାଙ୍କର ଅତି ପ୍ରିୟ ଗଜଭୋଗ ଓ ତରଣ। ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ପ୍ରସ୍ତୁତ ହୋଇଥିବା ଏହି ଭୋଗ ପାଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଖୁସି। ବକ ପଞ୍ଚକର  ଏହି ଶେଷ ପର୍ବ ପାଇଁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ବେଶ୍ ଚଳଚଞ୍ଚଳ।

ନିର୍ଦ୍ଧାରିତ ନୀତି ଅନୁସାରେ ରାତ୍ର ଗୋଟାଏ ବେଳେ ମନ୍ଦିର ପହଡ଼ ଖୋଲାଯାଇ ମନ୍ଦିର ଶୋଧ କରାଯିବା ସହିତ ୧୦୮ ଗରା ପବିତ୍ର ଜଳରେ ବାବା ଙ୍କୁ ମହାସ୍ନାନ କରାଯାଇ ମଙ୍ଗଳ ଆଳତି,ମଇଲମ, ଆଦି ସମସ୍ତ ଆନୁଷଙ୍ଗିକ ନୀତି ସମ୍ପନ୍ନ ପରେ ଗଜଭୋଗ ଓ ତରଣ ଲାଗି କରାଯାଇଥିଲା। ଭୋଗ ଉଠିବା ପରେ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା।

   Related Posts