Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଶେଷ ପର୍ଯ୍ୟାୟରେ ଓଡ଼ିଶାର ୩୪ ବୁଥ୍ ରେ ସାନି ମତଦାନ

19/05/2019 at 8:56 AM

ଭୁବନେଶ୍ବର ୧୯/୫: ଆମ ରାଜ୍ୟରେ ଆଜି ୩୪ଟି ବୁଥରେ ହେବ ସାନି ମତଦାନ । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ରେ ତ୍ରୁଟି ଦେଖା ଦେଇଥିବା ବୁଥ୍ ଗୁଡ଼ିକରେ ପୁଣି ଥରେ ହେଉଛି ଭୋଟ୍ । ୧୧ଟି ଲୋକସଭା ଅଧୀନରେ ଥିବା ୧୮ଟି ବିଧାନସଭା ମଣ୍ଡଳୀର ପ୍ରାୟ ୨୦ ହଜାରରୁ ଅଧିକ ମତଦାତା ପୁଣି ଥରେ ନିଜର ମତାଧିକାର ସାବ୍ୟସ୍ତ କରିବେ ।

କଟକ ଲୋକସଭା ଅଧୀନ ବଡ଼ମ୍ବାର ଗୋଟିଏ ବୁଥ୍, ଆଠଗଡ଼ର ୪ଟି, ସମ୍ବଲପୁର ଲୋକସଭାର ଦେଓଗଡ଼ରେ ଗୋଟିଏ, ପୁରୀ ଲୋକସଭାର ବ୍ରହ୍ମଗିରିରେ ୨ଟି, ସତ୍ୟବାଦୀରେ ଗୋଟିଏ, ଢେଙ୍କାନାଳ ଲୋକସଭାର ତାଳଚେରରେ ଗୋଟିଏ, କେନ୍ଦୁଝର ଲୋକସଭାର ଘସିପୁରାରେ ଗୋଟିଏ, ଭୁବନେଶ୍ୱର ଲୋକସଭାର ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଯାଜପୁର ଲୋକସଭାର ବିଂଝାରପୁରରେ ୨ଟି, ବରୀରେ ୫ଟି, ଧର୍ମଶାଳାରେ ଗୋଟିଏ, ସୁକିନ୍ଦାରେ ଗୋଟିଏ, ବାଲେଶ୍ବର ଲୋକସଭାର ଜଳେଶ୍ବରର ୨ଟି, ମୟୂରଭଞ୍ଜ ଲୋକସଭାର ବାଙ୍ଗିରିପୋଷିରେ ଗୋଟିଏ, ବାରିପଦାର ୪ଟି, କେନ୍ଦ୍ରାପଡ଼ା ଲୋକସଭାର ମାହାଙ୍ଗାରେ ୪ଟି, ସାଲେପୁରରେ ଗୋଟିଏ ଓ ଜଗତସିଂହପୁର ଲୋକସଭାର ପାରାଦୀପ ଆସନରେ ସାନି ମତଦାନ ହେବ । ସକାଳ ୭ଟାରୁ ସଂଧ୍ୟା ୬ ଯାଏଁ ଏହି ସବୁ ବୁଥ ଗୁଡିକରେ ମତଦାନ ହେବ । ସମସ୍ତ ନିର୍ବାଚନୀ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

   Related Posts