ପାଟକୁରା ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ : ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଠ କରିବାକୁ ଜୋରଦାର କ୍ୟାମ୍ପେନିଂ, ମଇଦାନରେ ୩ଦଳର ହେଭିୱେଟ୍

Published By : Prameya-News7 Bureau | July 18, 2019 IST

କେନ୍ଦ୍ରାପଡା ୧୮|୭: ଆଜି ପାଟକୁରା ନର୍ବାଚନ ପ୍ରଚାରର ଶେଷ ଦିନ । ଶେଷ ଦିନରେ ୩ ଦଳର ପ୍ରଚାର ଜମିବ । ସଂଧ୍ୟା ୫ଟାରେ ସରୁଛି ପ୍ରଚାର । ତେଣୁ ଆଜି ଭୋଟରଙ୍କ ମନ ଜିଣିବାକୁ ଜି ଜାନ୍ ଲାଗାଇଦେବେ ପ୍ରାର୍ଥୀ । ଡୋର୍ ଟୁ ଡୋର୍ ବୁଲି ଭୋଟ୍ ହାତେଇବା ପାଇଁ ଚେଷ୍ଟା କରି​​ବେ ।

ପାଟକୁରା ବିଧାନସଭା ନିମନ୍ତେ ବିଜେଡି ଜୋରଦାର ପ୍ରଚାର ଚଳାଇଛି । ବିଜେପି ମଧ୍ୟ ହେଭିୱେଟ୍ ନେତାଙ୍କୁ  ପ୍ରଚାର ଅଭିଯାନରେ ସାମିଲ କରି ବିଜୟ ମହାପାତ୍ରଙ୍କ ସପକ୍ଷରେ ଭୋଟ୍ ଭିକ୍ଷା କରୁଛି । ଆଜି ବଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ପ୍ରଚାର ମଇଦାନକୁ ଓହ୍ଲାଇବେ ।

ଗତକାଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ । ଡେରାବିଶ ବ୍ଲକ୍‌ର ବେଣୀପୁର, ଏଣ୍ଡର, ଲକ୍ଷ୍ମୀନାରାୟଣପୁର, ଡେରାବିଶ, ପଲେଇ, ଚାନ୍ଦୋଳ, ଖମୋଳ ଆଦି ଗ୍ରାମପଞ୍ଚାୟତରେ ରୋଡ୍ ଶୋ କରିଥିଲେ ମୁଖ୍ୟମନ୍ତ୍ରୀ । ଗରଦପୁର ବ୍ଲକ୍‌ର ୧୦ଟି ଏବଂ ମାର୍ଶ।ଘାଇ ବ୍ଲକ୍‌ର ସମସ୍ତ ପଞ୍ଚୟତରେ ମୁଖ୍ୟମନ୍ତ୍ରୀଙ୍କ ବସ୍ ବୁଲିବା ସହିତ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସପକ୍ଷରେ ପ୍ରଚାର କରିଥିଲେ ।

ଆସନ୍ତା ଜୁଲାଇ ୨୦ରେ ପାଟକୁରା ବିଧାନସଭା ଆସନରେ ମତଦାନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.