ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ; ଆଜି ପ୍ରଚାରର ଶେଷ ଦିନ

Published By : Prameya-News7 Bureau | October 09, 2018 IST

ଭୁବନେଶ୍ବର ୯|୧୦:   ଆସନ୍ତା ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ । ହାତରେ ଆଉ ମାତ୍ର ୨ ଦିନ । ଆଜି  ପ୍ରଚାରର ଶେଷ ଦିନ । ପିଲାଙ୍କୁ ବୁଝେଇ ସୁଝେଇ ନିଜ ଆଡକୁ ଆଣିବାର ଆଜି ଶେଷ ସୁଯୋଗ । ତେଣୁ ଏହାକୁ ହାତ ଛଡା କରୁନାହାନ୍ତି ପ୍ରାର୍ଥୀ । ଛାତ୍ରଛାତ୍ରୀଙ୍କ ସମର୍ଥନ ହାସଲ ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି । ଜୋରଦାର ପ୍ରଚାର କରିବା ସହ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରୁଛନ୍ତି । ଖାଲି ସେତିକି ନୁହେଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ଉପହାର, ପୁସିଂକାର୍ଡ ଓ ଫୁଲ ଦେବାରେ ଲାଗିଛନ୍ତି ଆଶାୟୀ ପ୍ରାର୍ଥୀ । ସୋସିଆଲ ମିଡିଆ ହ୍ବାଟ୍‌ସ ଆପ୍ , ଇନ୍‌ଷ୍ଟାଗ୍ରାମ ଓ ଫେସବୁକ୍ ପ୍ରଚାରର ମୁଖ୍ୟ ମାଧ୍ୟମ ପାଲଟିଛି । ରବିବାର ଛୁଟି ସହ ସୋମବାର ମହାଳୟା ପାଇଁ ୨ ଦିନ ଛୁଟି ରହିଥିଲା । ତେଣୁ ପ୍ରାର୍ଥୀମାନଙ୍କୁ କ୍ୟାମ୍ପସରେ ପ୍ରଚାର କରିବାକୁ ସୁଯୋଗ ମିଳିନଥିଲା । ତେଣୁ ସେମାନେ ଘର ଘର ବୁଲି ପ୍ରଚାର କରିଥିଲେ । କାଲି କ୍ୟାମ୍ପସରେ ମୁଁ କାହିଁକି ପ୍ରାର୍ଥୀ ହୋଇଛି ସେ ନେଇ ବୈଠକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.