Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବିହାରୀ ସଂପ୍ରଦାୟଙ୍କ ଛଟ୍ ପୂଜା : ଆଜି ଶେଷ ହେବ ୩ଦିନିଆ ବ୍ରତ

3/11/2019 at 8:50 AM

ଭୁବନେଶ୍ବର ୩/୧୧: ଆଜି ଉତ୍ତର ଭାରତ ବିଶେଷ ଭାବେ ବିହାରୀ ସଂପ୍ରଦାୟଙ୍କ ଦ୍ବାରା ପାଳିତ ଗଣପର୍ବ ଛଟର ଆଜି ଅନ୍ତିମ ଦିବସ । ସୂର୍ଯ୍ୟ ଦେବଙ୍କ ଭଉଣୀ ହେଉଛନ୍ତି ଛଟ ମା ।  ପରିବାରର ମଙ୍ଗଳ ତଥା ସମାଜର ମଙ୍ଗଳ ପାଇଁ ଛଟ୍  ମାଙ୍କର ପୂଜାର୍ଚନାର ବିଧି ରହିଛି  । ୩ଦିନ ଧରି ରଖାଯାଇଥିବା ବ୍ରତର ଆଜି  ଅନ୍ତିମ ଦିନ ।  ଉଦିତ  ସୂର୍ଯ୍ୟଙ୍କୁ  ଆଜି ଅର୍ଘ୍ୟ ପ୍ରଦାନ  ପରେ  ଶେଷ ହେବ  ଛଟ ପୂଜା । ଦିପାବଳୀର ୬ଦିନ ପରେ ଏହି ଛଟ ପୂଜା  ପାଳନର ବିଧି ରହିଛି  । 

ରାଉରକେଲା ସହରରେ ବସବାସ କରୁଥିବା  ବିହାରୀ ସଂପ୍ରଦାୟର ଲୋକେ ବ୍ରାହ୍ମଣୀ, କୋଏଲ, ଶଙ୍ଗ ନଦୀ କୁଳରେ ଶନିବାର  ଅସ୍ତଗାମୀ ସୂର୍ଯ୍ୟଙ୍କୁ  ପୂଜାର୍ଚ୍ଚନା କରିଛନ୍ତି  ।   ଆଜି ଉଦିତ ସୂର୍ଯ୍ୟଦେବଙ୍କୁ  ନଦୀ ପଠାରେ ପୂଜାର୍ଚ୍ଚନା କରିବା ପରେ ୩ଦିନିଆ ଛଟ୍ ପୂଜା ଶେଷ ହେବ ।

ସେହିପରି ଝାରସୁଗୁଡା ସହରାଞ୍ଚଳର ଶନିବାର ବିଟିଏମ୍ କଲୋନୀ, ବକ୍ସିଛକ,ବୁରୋମାଳ,ସରବାହଲ,ପୁରୁଣାବସ୍ତି ସମେତ ବ୍ରଜରାଜନଗର,ମଣ୍ଡଳିଆ,ବେଲପାହଡ ସହ ବନ୍ଧବାହାଲର ବିଭିନ୍ନ ଜଳାଶୟରେ ବିହାର ଓ ଉତ୍ତରପ୍ରଦେଶର ବାସିନ୍ଦା ଅସ୍ତଗାମୀ ସୁର୍ଯ୍ୟଙ୍କୁ ପୂଜା କରିଥିଲେ | ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଛଟ୍ ମାୟାଙ୍କୁ ଭକ୍ତି ଅର୍ଘ୍ୟ ପ୍ରଧାନ କରିଛନ୍ତି  । ବ୍ରତଧାରୀ ମାନେ ରାତ୍ରି ଉଜାଗର ରହିବା ସହ  ସହ ଆଜି ଉଦିତ ସୂର୍ଯ୍ୟଙ୍କୁ  ପୂଜାର୍ଚ୍ଚନା କରି ସେମାନଙ୍କ ୩ ଦିନିଆ ବ୍ରତ ଭଙ୍ଗ କରିବେ ।  

ସେପଟେ ବଡ଼ବିଲରେ  ମଧ୍ୟ ଶ୍ରଦ୍ଧା  ଓ ଆନନ୍ଦର ସହ ପାଳିତ ହୋଇଛି  ‘ଛଟ୍ ପର୍ବ’ ।  ବ୍ରତଧାରୀ ମାନେ ପରିବାର ତଥା  ସମାଜର  ଶୁଭ ମନାସୀ  ୩ ଦିନିଆ ବ୍ରତ ରଖିଛନ୍ତି ।

   Related Posts