ଆଜି ଧରାବତରଣ କରିବେ ଧନଦାତ୍ରୀ ମାଆ ଲକ୍ଷ୍ମୀ : କୁମାର ପୂର୍ଣ୍ଣିମା ପାଇଁ ଉତ୍ସବମୁଖର ଗଞ୍ଜାମ

Published By : Prameya-News7 Bureau | October 13, 2019 IST

କେନ୍ଦ୍ରାପଡ଼ା ୧୩/୧୦: ଆଜି ଧରାବତରଣ କରିବେ ଧନଦାତ୍ରୀ ମା’ ଲକ୍ଷ୍ମୀ । ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହୋଇସାରିଛି ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ।  ଲାଇଟ୍, ତୋରଣ କାମ ପ୍ରାୟ ଶେଷ ହୋଇଛି  । ଗଜଲକ୍ଷ୍ମୀ ପୂଜା ପାଇଁ ଘରେ ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ ଲାଗିଲାଣି । କେଉଁ ପୂଜା କମିଟି ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ଆୟୋଜନ କରୁଛି ତ କିଏ ୭୫ ବର୍ଷ ପୂରୁଥିବାରୁ ପ୍ଲାଟିନମ୍ ଜୁବୁଲି ପାଳିବ ।

{"id":169492}

ମୋଟାମୋଟି ଦେଖିବାକୁ ଗଲେ ଆଜି ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଢେଙ୍କାନାଳ  । ସେପଟେ କେନ୍ଦ୍ରାପଡ଼ାରେ ଏଥର ୬୭ଟି ମଣ୍ଡପରେ ମା' ଲକ୍ଷ୍ମୀ ପୂଜା ପାଉଛନ୍ତି ।  ପୂଜା ମଣ୍ଡପ ଗୁଡିକରେ ପଲିଥିନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି ପ୍ରଶାସନ। ସେହିପରି ଭିଡ ଉପରେ ନଜର ରଖିବା ପାଇଁ ସିସି କ୍ୟାମେରା ର ବ୍ୟବସ୍ଥା କରାଯାଇଛି । ୬୫ ଡେସିବିଲ ରୁ ଅଧିକ ଶବ୍ଦରେ ଡାକବାଜି ବଜାଇବା ଉପରେ ଜାରି ହୋଇଛି କଟକଣା  । ପୂଜା ସମୟରେ ପରିମଳ ବ୍ୟବସ୍ଥା ନବିଗିଡିବା ପାଇଁ  କଟକରୁ ପ୍ରାୟ ୧୦୦ଜଣ ସଫେଇ କର୍ମଚାରୀ ଙ୍କୁ କେନ୍ଦ୍ରାପଡା ଅଣା ଯାଇଛି। 

{"id":169493}

ସେହିପରି କୁମାର ପୂର୍ଣ୍ଣିମା ପାଇଁ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରସ୍ତୁତି ଶେଷ ।  ଐତିହ୍ୟ, ପରମ୍ପରା ଅନୁଯାୟୀ ଏହି ଦିନରେ ତାସଖେଳର ମଜା ଉଠାଇଥାନ୍ତି ଜିଲ୍ଲାବାସୀ।  ନୂଆ ପୋଷାକ ପରିଧାନ କରିବା ସହ ମିଠା, ପିଠା, ବରା, କଦଳୀ ବିଭିନ୍ନ ଖାଦ୍ୟ ସାମଗ୍ରୀ ମଧ୍ୟ ପରସା ଯାଇଥାଏ। ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ମାତିଥାନ୍ତି ତାସ ଖେଳରେ। ଟଙ୍କା ବି ବାଜି ଲାଗେ । ବରଷକୁ ଥରେ ଏଭଳି ଉତ୍ସବ ଅନୁଷ୍ଠିତ ହେଉଥିବାରୁ କେହି ବି ଏହି ଉତ୍ସବକୁ ହାତଛଡା କରିବାକୁ ଚାହାନ୍ତି ନାହିଁ।

{"id":169495}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.