Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆଜି ‘ସାବରିମାଳା କର୍ମ ସମିତି’ ତରଫରୁ କେରଳ ବନ୍ଦ ଡାକରା

17/11/2018 at 11:28 AM

ତିରୁବନନ୍ତପୁରମ୍‌ ୧୭/୧୧:  ‘ହିନ୍ଦୁ ଐକ୍ୟ ବେଦି’ ରାଜ୍ୟ ଅଧ୍ୟକ୍ଷା କେ ପି ଶଶିକଳାଙ୍କୁ ଶନିବାର ପ୍ରତ୍ୟୁଷରେ ଅଟକ ରଖାଯିବା କାରଣରୁ ଆଜି ‘ସାବରିମାଳା କର୍ମ ସମିତି’ ତରଫରୁ କେରଳ ବନ୍ଦ ଡାକରା ଦିଆଯାଇଛି। ସାବରିମାଳା ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାଙ୍କୁ ସୁପ୍ରିମ୍‌ କୋର୍ଟ ଦେଇଥିବା ଅନୁମତି ରାୟକୁ ବିରୋଧ କରୁଥିବା କେତେକ ସଙ୍ଗଠନର ମେଣ୍ଟ ହେଉଛି ‘ସାବରିମାଳା କର୍ମ ସମିତି’।

୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କା ଶଶିକଳା ଦର୍ଶନ ପାଇଁ ମନ୍ଦିର ଚୂଡ଼ାକୁ ଆସିଥିଲେ, କିନ୍ତୁ ତାଙ୍କୁ ଅଟକା ଯାଇଥିଲା। ନିଷିଦ୍ଧାଦେଶ ଅମାନ୍ୟ କରିବାରୁ ରାତି ପ୍ରାୟ ୨ଟା ବେଳେ ତାଙ୍କୁ ହାଜତକୁ ନିଆଯାଇଥିଲା।ସକାଳ ୬ଟାରୁ ଆରମ୍ଭ ହୋଇଥିବା ୧୨ ଘଣ୍ଟିଆ ବନ୍ଦ ଯାତ୍ରୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି।ସାମାଜିକକର୍ମୀ ତୃପ୍ତି ଦେଶାଇଙ୍କୁ ଅଟକ କରିଥିବା କାରଣରୁ ପୁଲିସ ୫୦୦ ଲୋକଙ୍କୁ ବୁକ୍‌ କରିଥିଲେ। ଦୀର୍ଘ ୧୪ ଘଣ୍ଟା କୋଚି ବିମାନ ବନ୍ଦରରେ ଅଟକି ରହିବା ପରେ ତୃପ୍ତି ଫେରି ଯିବାକୁ ବାଧ୍ୟ ହୋଇଥିଲେ।ଗତ ରାତିରେ ସେ ମୁମ୍ବାଇ ଫେରିବା ସମୟରେ ରାଗି ପ୍ରତିବାଦକାରୀମାନେ ଆୟପ୍ପାଙ୍କ ମନ୍ତ୍ର ଉଚ୍ଚାରଣ କରି ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।

   Related Posts