ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା, ପାଳନ ହେବ କେକେସୀ ରାକ୍ଷସ ବଧ

Published By : Prameya-News7 Bureau | September 13, 2021 IST

ପୁରୀ ୧୩/୦୯: ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅବସରରେ କେକେସୀ ରାକ୍ଷସ ବଧ ପ୍ରସ୍ତାବ ପାଳନ ହେବ । କାଳିକାଦେବୀ ସାହି ପକ୍ଷରୁ ଏହି ପ୍ରସ୍ତାବ ରଖାଯାଏ । କେକେସୀ ରାକ୍ଷସ, ଶ୍ରୀକୃଷ୍ଣ ଓ ବଳରାମ ବେଶଧାରୀ ଶ୍ରୀମନ୍ଦିରରେ ପହଞ୍ଚନ୍ତି । ଠାକୁରଙ୍କ ସନ୍ଧ୍ୟାଧୂପ ସରିବାପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ ।

ଶ୍ରୀମଦନମୋହନ ନାଟପା ମଣ୍ଡପ ଖଟଶେଯ ଉପରେ ବିଜେ ହୁଅନ୍ତି । କେକେସୀ ରାକ୍ଷସ କୃଷ୍ଣଙ୍କୁ ମାରିବାକୁ ଉଦ୍ୟତ ହୁଏ । ଠାକୁରଙ୍କ ସହ ଲଢ଼ି ଶେଷରେ ମୃତ୍ୟୁବରଣ କରେ ରାକ୍ଷସ । ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଇ ନୀତି ଆଗକୁ ବଢେ । ଏଥିସହିତ ଲଳିତା ସପ୍ତମୀ ବିଧି ମଧ୍ୟ ପାଳନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.