ଆଜି ମିଳିବ 'କାଳିଆ ଟଙ୍କା', ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 14, 2021 IST

ଭୁବନେଶ୍ୱର ୧୪/୦୫: ଆଜି ମିଳିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ଚାଷୀମାନଙ୍କୁ ମିଳିବ ‘କାଳିଆ ସହାୟତା ରାଶି । କୃଷକ ଦିବସ ଓ ଅକ୍ଷୟ ତୃତୀୟାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସହାୟତା ରାଶି ଶୁକ୍ରବାର ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ । ଏକ ସ୍ୱତନ୍ତ୍ର ଭର୍ଚୁଆଲ ଉତ୍ସବରେ ଏ ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର କାଳିଆ ହିତାଧିକାରୀଙ୍କ ଜମାଖାତାକୁ ପଠାଇବାର ଶୁଭାରମ୍ଭ କରିବେ ।

ଉଲ୍ଳେଖଯୋଗ୍ୟ, ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଚାଷୀମାନଙ୍କୁ ଖରିଫ ଓ ରବି ଫସଲ ପାଇଁ ସହାୟତା କରିବାକୁ ରାଜ୍ୟ ସରକାର ଅଭିନବ ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ଭୋଟ ପୂର୍ବରୁ ଓ ପରେ କାଳିଆକୁ ନେଇ ବିତର୍କ ଲାଗି ରହିଥିଲା ବେଳେ ଶେଷ ଥର ପାଇଁ ଗତ ଫେବ୍ରୁଆରୀ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ‘କାଳିଆ’ ସହାୟତା ବଣ୍ଟନ କରିଥିଲେ । ଏଥିରେ ମୋଟ ୫୩ ଲକ୍ଷ ଚାଷୀ ଲାଭବାନ ହୋଇଥିଲେ । ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ୧୬ ଲକ୍ଷ ଭୂମିହୀନଙ୍କ ଆକାଉଣ୍ଟକୁ ୧୨୭୨ କୋଟି ଟଙ୍କା ପଠାଯାଇଥିଲା । ଚାଷୀମାନେ ଚାଷ ପାଇଁ ଉନ୍ନତ ବିହନ, ସାର ଓ ଆନୁଷଙ୍ଗିକ ସାମଗ୍ରୀ କିଣିବାକୁ ସରକାର ଏ ସହାୟତା ଯୋଗାଇ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.