Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ରଥଯାତ୍ରା ପରିଚାଳନା ଓ ଶ୍ରୀମନ୍ଦିର ବ୍ୟୟ ନେଇ ହେବ ସମୀକ୍ଷା

29/07/2019 at 12:20 PM

ପୁରୀ ୨୯/୭: ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ଗଜପତି ଦିବ୍ୟସିଂହ ଦେବ । ଗତ ରଥଯାତ୍ରା ପରିଚାଳନା ଏବଂ ଶ୍ରୀମନ୍ଦିର ବ୍ୟୟ ନେଇ ବୈଠକରେ ସମୀକ୍ଷା କରାଯିବ । ସ୍ନାନ ଯାତ୍ରାଠାରୁ ନୀଳଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିର ଭିଡିଓ ଫୁଟେଜ ଅନୁଧ୍ୟାନ କରାଯିବ ।

ଏହି ସମୟରେ ରଥଯାତ୍ରା ବ୍ୟବସ୍ଥାବଳୀକୁ ଠିକ୍ ଭାବେ ସେବାୟତ ଓ କର୍ମଚାରୀମାନେ ଅନୁସରଣ କରିଛନ୍ତି କି ନାହିଁ ତା ଉପରେ ଅନୁଧ୍ୟାନ କରାଯିବ । ଏହାଛଡା ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଦ୍ବାରା ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣର ଅବଗତି ସମ୍ପର୍କରେ ମଧ୍ୟ ଆଲୋଚନା ହେବ । ବୈଠକରେ ପାରିମାଣିକ ଦର୍ଶନ ପୁନଃ ପ୍ରଚଳନ ଦାବି ଉଠିପାରେ । ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପିଙ୍କ ସହ ସମସ୍ତ ପରିଚାଳନା କମିଟିର ସଦସ୍ୟ ବୈଠକରେ ଉପସ୍ଥିତ ରହିବେ ।  

   Related Posts