ବିଶ୍ବ ପାଣିପାଗ ଦିବସ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରେ‘ ଦ ସନ, ଦ ଆର୍ଥ, ଆଣ୍ଡ ଦ ଓ୍ଦେଦର ’

Published By : Prameya-News7 Bureau | March 23, 2019 IST

ଆଜି ହେଉଛି ବିଶ୍ବ ପାଣିପାଗ ଦିବସ । ଏହାକୁ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପାଣିପାଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତି ବର୍ଷ ବିଶ୍ବ ପାଣିପାଗ ଦିବସ ପାଳନ କରାଯାଉଛି ।

‘ ଦ ସନ, ଦ ଆର୍ଥ, ଆଣ୍ଡ ଦ ଓ୍ଦେଦର ’ । ବିଶ୍ବ ପାଣିପାଗ ଦିବସକୁ ନେଇ ଚଳିତ ଥର ଏହି ବାର୍ତା ଦିଆଯାଇଛି । ଆଜି ହେଉଛି ମାର୍ଚ୍ଚ ୨୩ । ପ୍ରତି ବର୍ଷ ପରି ଚଳିତଥର ମଧ୍ୟ ଆଜିର ଦିନଟିକୁ ବିଶ୍ବ ପାଣିପାଗ ଦିବସଭାବେ ପାଳନ କରାଯାଇଛି । ବର୍ତମାନ ସମୟରେ ଜଳବାୟୁ ପରିବର୍ତନକୁ ନେଇ ସାରା ବିଶ୍ବ  ଚିନ୍ତିତ । ଏପରି ସମୟରେ ବିଶ୍ବ ପାଣିପାଗ ଦିବସ ବହୁ ଗରୁତ୍ବ ବହନ କରୁଛି । ପାଣିପାଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଶ୍ବ ପାଣିପାଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ଏ ସମ୍ପର୍କିତ ପ୍ରଦର୍ଶନୀ କରାଯାଇଛି । ଏହାକୁ ନେଇ ବିଭିନ୍ନ ଦିଗ ଉପରେ ଲୋକଙ୍କୁ ଅବଗତ କରାଯାଇଛି ।

{"id":96198}

୧୯୫୦ ମସିହାରୁ ବିଶ୍ବ ପାଣିପାଗ ଦିବସ ପାଳନ କରାଯାଉଛି । ଜାତିସଂଘ ପକ୍ଷରୁ ଏହାକୁ ନେଇ ବିଶ୍ବ ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି । ସ୍କୁଲ ସ୍ତରରୁ ଆରମ୍ଭ କରି ବିଶ୍ବ ବିଦ୍ୟାଳୟ ପର୍ଯ୍ୟନ୍ତ । ସବୁ ସ୍ତରରେ ପାଣିପାଗ ସମ୍ପର୍କିତ ଶିକ୍ଷା ଦିଅଯାଉଛି । ଗ୍ଲୋବାଲ ଓ୍ବାର୍ମିଂକୁ ସାରା ବିଶ୍ବ ପେଶି ହେଉଛି । ପ୍ରକୃତିର ସୁରକ୍ଷା ନତ୍ୟାନ୍ତ ଜରୁରି । ମାଟି, ପାଣି, ପବନ, ବୃକ୍ଷର ସୁରକ୍ଷା ନତାନ୍ତ ଜରୁରୀ । ଏପରି ସମୟରେ ବିଶ୍ବ ପାଣିପାଗ ଦିବସ ଦ୍ବାରା ଲୋକଙ୍କ ମଧ୍ୟରେ ସଚେଚନତା ସୃଷ୍ଟି କରିବା ମୁଖ୍ୟ ଉଦେଶ୍ୟ ବୋଲି ବିଶେଷଜ୍ଞ କହିଛନ୍ତି ।

ପାଣିପାଗ ସମ୍ପର୍କରେ ସମସ୍ତେ ଅବଗତ ହେବା ନିହାତି ଜରୁରୀ । ବିଶ୍ବ ପାଣିପାଗ ଦିବସକୁ ଦିନେ ପାଳନ କରିଦେଲେ ଯେ, ପାଣିପାଗ ସମସ୍ୟା ସମାଧାନ ହୋଇଯିବ, ତହା ନୁହେଁ । ଏ ଦିଗରେ ଦୀର୍ଘମିଆଦି କାର୍ଯ୍ୟ କରିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.