ଆଜି ବିଶ୍ବ ହୃତପିଣ୍ଡ ଦିବସ : ସାରା ଦେଶରେ ଗଣଦୌଡ ସହ କରାଯାଉଛି ସଚେତନା କାର୍ଯ୍ୟକ୍ରମ

Published By : Prameya-News7 Bureau | September 29, 2019 IST

ଭୁବନେଶ୍ବର ୨୯/୯: ଆଜି ବିଶ୍ବ ହୃତପିଣ୍ଡ ଦିବସ । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । କେଉଁଠି ଗଣଦୌଡ ହୋଇଛି ତ କେଉଁଠି ସଚେତନତା କାର୍ଯ୍ୟକ୍ରମ । ସେପଟେ ଦିନକୁ ଦିନ ଭାରତରେ ହୃଦଘାତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ଭାରତରେ ମୃତ୍ୟୁ ହେଉଥିବା ଲୋକଙ୍କ ମଧ୍ୟରୁ ବାର୍ଷିକ ୨୫ରୁ ୩୦ ପ୍ରତିଶତ ଲୋକ ହୃଦଘାତରେ ପ୍ରାଣ ହରାଉଛନ୍ତି । ମୁଖ୍ୟତଃ ୪୦ରୁ ୫୦ ବର୍ଷ  ବୟସ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ଦେଖିବାକୁ ମିଳୁଛି । ଅପମିଶ୍ରିତ ଖାଦ୍ୟ, ମାତ୍ରାଧିକ ନିଶା ଦ୍ରବ୍ୟ ସେବନ ଓ ଚିନ୍ତା ଏହାର ମୁଖ୍ୟ କାରଣ ।

ଏଥି ଯୋଗୁଁ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍ ମଧ୍ୟ ହୋଇଥାଏ । ଫଳରେ ଲୋକେ ହୃଦଘାତ ଜନିତ ରୋଗର  ଶିକାର ହୋଇଥାନ୍ତି । ହୃଦଘାତ ଯୋଗୁଁ ବିଶ୍ୱରେ ବର୍ଷକୁ ୧୭.୯ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । ଯଦି ଏଭଳି ଧାରା ବଜାୟ ରହେ ତାହେଲେ ଆସନ୍ତା ୨୦୩୦ ସୁଦ୍ଧା ହୃଦ୍ ଘାତଜନିତ ମୃତ୍ୟୁ ସଂଖ୍ୟା ୨୩ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.