Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ସରିଲା କାର୍ଯ୍ୟକାଳ, ୧୮ ତାରିଖରେ ଦାୟିତ୍ବ ନେବେ ଜଷ୍ଟିସ୍ ଏସ୍.ଏ.ବୋବଡେ

15/11/2019 at 10:07 PM

ନୂଆଦିଲ୍ଲୀ୧୫|୧୧: ସୁପ୍ରିମକୋର୍ଟ ପ୍ରଧାନ ବିଚିରାପତି ଜଷ୍ଟିସ୍‌ ରଞ୍ଜନ ଗୋଗାଇ କାର୍ଯ୍ୟକାଳ ସରିଲା  ଶେଷ କାର୍ଯ୍ୟଦିବସରେ ଜଷ୍ଟିସ୍‌ ଗୋଗୋଇ ଆଜି ମାତ୍ର ୩ ମିନିଟ୍‌ରେ ୧୦ଟି ମାମଲାର ନୋଟିସ୍‌ ଜାରି କରିଥିଲେ ।  ସଂଧ୍ୟାରେ ଜଷ୍ଟିସ୍‌ ଗୋଗୋଇ ଦେଶର ସମସ୍ତ ହାଇକୋର୍ଟର ବିଚାରପତି , ୧୫ ହଜାରରୁ ଅଧିକ ନ୍ୟାୟିକ ଅଧିକାରୀଙ୍କୁ ଭିଡିଓ କନଫେରେନସିଂ ଜରିଆରେ ସମ୍ବୋଧିତ କରିଥିଲେ ନିଜ କାର୍ଯ୍ୟକାଳ ଭିତରେ ଜଷ୍ଟିସ ଗୋଗୋଇ ଅଯୋଧ୍ୟା ମମଲା, କର୍ଣ୍ଣାଟକ ବିଧାୟକ ମାମଲା, ସବରୀମାଲା ମାମଲା, ରାଫେଲ ବିମାନ ମାମଲା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି ।

ଶେଷ ହେଲା ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ। ଜଷ୍ଟିସ ଗୋଗୋଇ ବିଭିନ୍ନ ଫେୟାର କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ମଧ୍ୟ କେବଳ ବାର ଆସୋସିଏସନ୍ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।  ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ଗୋଗୋଇଙ୍କ କାର୍ଯ୍ୟଦିବସ ୧୭ ତାରିଖରେ ସରୁଛି। ତେବେ  ୱିକ୍‌ ଏଣ୍ଡ ଥିବାରୁ ତାଙ୍କ କାର୍ଯ୍ୟାକାଳ ଆଜି ସରିଛି ।

ଶେଷ କାର୍ଯ୍ୟଦିବସରେ ପରବର୍ତ୍ତୀ CJI ଜଷ୍ଟିସ ଏସ୍.ଏ. ବୋବଡେଙ୍କ ସହ ସେ କୋର୍ଟ ରୁମ୍ ରେ କିଛି ସମୟ ବସିଥିଲେ ।  ଏହି ସମୟରେ ସେ ୩ ମିନିଟ ଭିତରେ ୧୦ଟି ମାମଲାରେ ନୋଟିସ ଜାରି କରିଥିଲେ ।  ସେହିଭଳି ଅପରାହ୍ନରେ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ର୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ସଂଧ୍ୟାରେ ଜଷ୍ଟିସ ଗୋଗୋଇ ଦେଶର ସମସ୍ତ ହାଇକୋର୍ଟର ବିଚାରପତି, ୧୫ହଜାରରୁ ଅଧିକ ନ୍ୟାୟିକ ଅଧିକାରୀଙ୍କୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିଥିଲେ । ଏହି ଅବସରରେ ଜଷ୍ଟିସ୍ ଗୋଗୋଇ କହିଥିଲେ ଓକିଲଙ୍କୁ କହିବାର ସ୍ବତନ୍ତ୍ରତା ରହିଛି ଏବଂ ରହିବା ଉଚିତ୍‌ । ସେହିଭଳି ବିଚାରପତିମାନେ ନିଜ ସ୍ବାଧୀନତା ବଜାୟ ରଖିବାକୁ ହେଲେ ମୌନ ରହିବା ଉଚିତ୍ ।  

ଜଷ୍ଟିସ୍ ଗୋଗୋଇ ନିଜ କାର୍ଯ୍ୟକାଳ ଭିତରେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି । ଏହାଭିତରେ ରହିଛି NRC ମାମଲା, ଅଯୋଧ୍ୟା ବାବରି ମସଜିଦ୍ ମାମଲା , କର୍ଣ୍ଣାଟକ ବିଧାୟକ ଅଯୋଗ୍ୟ ମାମଲା, ସବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲା, ରାଫେଲ ବିମାନ ମାମଲାର ରିଭ୍ୟୁ ପିଟିସନ, ରାହୁଲ ଗାନ୍ଧୀଙ୍କ କୋର୍ଟ ଅବମାନନା ମାମଲା, ସୁପ୍ରିମ୍‌ କୋର୍ଟ ଓ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ହେବା ଭଳି ମାମଲା । ସେହିଭଳି ନିଜ କାର୍ଯ୍ୟ ସମୟରେ ସେ ବିବାଦୀୟ ମଧ୍ୟ ଥିଲେ। ସୁପ୍ରିମ୍‌ କୋର୍ଟର ବିଚାରପତି ଥିବା ବେଳେ ସୁପ୍ରିମ୍‌କୋର୍ଟର ସ୍ବତନ୍ତ୍ରତା ନେଇ ୪ ଅନ୍ୟ ବିଚାରପତିଙ୍କ ସହ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଯାହା ବେଶ ଚର୍ଚ୍ଚାରେ ରହିଥିଲା ।

ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ସରିବା ପରେ ଜଷ୍ଟିସ୍ ରଞ୍ଜନ ଗୋଗୋଇ ୬୪ ବର୍ଷ ବୟସରେ ଅକ୍ଟୋବର ୨୦୧୮ ରେ ସୁପ୍ରିମ୍କୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିଲେ ସେ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ପ୍ରଥମ ବ୍ୟକ୍ତି ଯିଏ ଏହି ପଦବୀରେ ବସି ପାରିଥିଲେ ୧୮ ତାରିଖ ସୋମବାର ଜଷ୍ଟିସ୍ଏସ୍‌..ବୋବଡେ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ

   Related Posts