Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଜି ମୌନି ଅମାବାସ୍ୟା, ପ୍ରୟାଗରାଜରେ ଦ୍ବିତୀୟ ସାହିସ୍ନାନ: ଜାଣନ୍ତୁ ଆଜିର ପବିତ୍ର ତିଥିର ରହସ୍ୟ

4/02/2019 at 6:44 PM

ଉତ୍ତର ପ୍ରଦେଶର ପ୍ରୟାଗ ରାଜରେ ଚାଲିଥିବା ପ୍ରସିଦ୍ଧ କୁମ୍ଭମେଳାର ଆଜି ଦ୍ବିତୀୟ ସାହି ସ୍ନାନ ।  ମାଘ ଅମାବାସ୍ୟା ବା ମୌନି ଅମାବାସ୍ୟା ଭାବେ ପରିଚିତ ଏହି ପୁର୍ଣ୍ଣ ତିଥିରେ ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷାଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ ପକାଇଛନ୍ତି । ଆଜିର ଦିନରେ ତିର୍ଥଙ୍କର ଋଷଭ ଦେବେ ମୌନବ୍ରତ ଭଙ୍ଗ କରି ସଙ୍ଗମସ୍ଥଳେ ପ୍ରଥମେ ବୁଡ ପକାଇଥିବାର ବିଶ୍ବାସ ରହିଛି  । ତେଣୁ ଆଜିର ଏହି ସାହି ସ୍ନାନକୁ ବେଶ ପବିତ୍ର ମନେ କରାଯାଉଛି  …..

ପ୍ରୟାଗରାଜରେ ଦ୍ବିତୀୟ ସାହିସ୍ନାନ । ମକର ସଂକ୍ରାନ୍ତିର ପ୍ରଥମ ସାହିସ୍ନାନ ପରେ ଦ୍ବିତୀୟ ସାହି ସ୍ନାନରେ ସଂଙ୍ଗମରେ ବୁଡ ପକାଇଲେ ୩କୋଟିରୁ ଅଧିକ ଶ୍ରଦ୍ଧାଳୁ ।  ପବିତ୍ର ମାଘ ଅମାବାସ୍ୟା ସହ ସୋମବାର ଥିବାରୁ କୁମ୍ଭମେଳାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଉତ୍ତର ପ୍ରଦେଶ ସରକାର ପ୍ରୟାଗ ଘାଟରେ ୪୧ଟି ଘାଟର ବ୍ୟବସ୍ଥା କରିଛନ୍ତି  

ମୌନି ଅମାବାସ୍ୟା ବା ମାଘ ଅମାବାସ୍ୟାର ଆଜିର ଦିନରେ  ନିରଙ୍କରୀ ସନ୍ୟାସୀ ଋଷଭ ଦେବ ମୌନ ବ୍ରତ ଭଙ୍ଗ କରି ସଙ୍ଗମରେ ବୁଡ ପକାଇଥିବାର ବିଶ୍ବସ ରହିଛି । ତେଣୁ ଆଜିର ସାହିନ୍ନାନର ଅନେକ ମହିମା ରହିଥିବା କୁହାଯାଉଛି । ବଡି ଭୋରରୁ ପ୍ରଥମରେ ମହାନିର୍ମାଣି ଓ ଅଟଳ ଆଖଡାର ସନ୍ୟାସୀ ମାନେ ସଙ୍ଗମରେ  ବୁଡ ପକାଇଥିଲେ । ପରେ ହଜାରହଜାର ସାଧୁସନ୍ଥ ଓ ଶ୍ରଦ୍ଧାଳୁ ମାନେ ସାହିସ୍ନାନରେ ଭାଗ ନେଇ ସଙ୍ଗମରେ ବୁଡ ପକାଇଛନ୍ତି ।

ସୁରକ୍ଷା ଦୁଷ୍ଟିରୁ  ମେଳାକ୍ଷେତ୍ରକୁ ୧୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ୪୪୦ଟି ସିସିଟିଭି କ୍ୟମାରା ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ସ୍ନାନ ପାଇଁ ବାରିକେଡ ବ୍ୟବସ୍ଥା , ୧୫କମ୍ପାନୀ ପାରାମିଲିଟାରୀ ଫୋର୍ସ, ୧୪ହଜାର ପୋଲିସ କର୍ମୀ, ପ୍ରୟାଗରାଜରେ ନିୟୋଜିତ ହୋଇଛନ୍ତି ।

   Related Posts